ଆଜି ଠାରୁ ମା’ ମଙ୍ଗଳାଙ୍କ ନିକଟରେ ଆରମ୍ଭ ହେଲା ପହିଲି ଭୋଗ, ଶ୍ରଦ୍ଧାଳୁ ମାନେ ଲଗାଇଲେ ଧନୁ ମୁଆଁ

କାକଟପୁର (କେନ୍ୟୁଜ): ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ଏହି ପହିଲି ଭୋଗ ନୀତି ମାସେ ଧରି ଚାଲିବ । ସେହିପରି କାକଟପୁର ମା ମଙ୍ଗଳାଙ୍କ ନିକଟରେ ଆଜି ଧନୁସଙ୍କ୍ରାନ୍ତି ଠାରୁ ମକର ସଙ୍କ୍ରାନ୍ତି ପର୍ଯ୍ୟନ୍ତ ଲାଗିହୋଇଛି ପହିଲି ଭୋଗ । ଜଗନ୍ନାଥ ପରମ୍ପରାରେ ଆଜି ଠାରୁ ମା ଲକ୍ଷ୍ମୀ ତାଙ୍କ ବାପଘରକୁ ଧନୁ ମୁଆଁ ନେଇ ଯିବାର ପରମ୍ପରା ରହିଛି । ତେଣୁ ଜଗନ୍ନାଥ ଙ୍କୁ ତାଙ୍କ ମା ଆଜିଠାରୁ ଷାଠିଏ ପଊଟି ରାନ୍ଧିକରି ଖାଇବାକୁ ଦେବେ ସେହିପରମ୍ପରା ଅନୁଯାଇ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ମା ମଙ୍ଗଳାଙ୍କ ନିକଟରେ ଆରମ୍ଭ ହୋଇଛି ପହିଲି ଭୋଗ ପରମ୍ପରା । ଏଥିସହିତ ଆଜି ଧନୁସଙ୍କ୍ରାନ୍ତି ହୋଇଥିବାରୁ ଭକ୍ତ ମାନେ ମାଙ୍କ ପାଖରେ ଲାଗି କରୁଛନ୍ତି ଧନୁମୁଆଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.