Below header

ବିମାନରେ ହଠାତ୍‌ ମୃତ୍ୟୁ ଘଟିଲେ ମୃତଦେହ ସହିତ କ’ଣ କରାଯାଏ? ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଖୋଲିଲେ ରହସ୍ୟ; ଆପଣ ବି ହୋଇଯିବେ ଚକିତ

ବିମାନ ଯାତ୍ରା ସମୟରେ ଯଦି କାହାର ମୃତ୍ୟୁ ହୁଏ, ତ ତାଙ୍କ ମୃତଦେହ ସହିତ କ’ଣ କରାଯାଏ? ଏ ନେଇ ଭର୍ଜିନ ଅଷ୍ଟ୍ରେଲିଆର ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ବ୍ରେନା ୟଙ୍ଗ ନିଜର ଅନୁଭବ ସେୟାର କରିଛନ୍ତି। ବାସ୍ତବରେ, ମୃତଦେହ ଥିବା ସିଟ୍‌କୁ କର୍ମଚାରୀମାନେ ସୁରକ୍ଷିତ କରି ଦିଅନ୍ତି। ଏକ ଗଣମାଧ୍ୟମର ଖବର ମୁତାବକ, ବ୍ରେନା ଏକ ପୋଡକାଷ୍ଟରେ କହିଛନ୍ତି ଯେ ଏହା ସମସ୍ତ କର୍ମଚାରୀଙ୍କ ପାଇଁ ଜରୁରୀ କି, ଯାତ୍ରା ସମୟରେ ଯେଉଁ ଯାତ୍ରୀଙ୍କର ମୃତ୍ୟୁ ଘଟୁଛି, ସେମାନଙ୍କୁ ସମ୍ମାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେ କହିଥିଲେ କି, ସେମାନେ ସେହି ସିଟ୍‌କୁ ସୁରକ୍ଷିତ କରି ଦିଅନ୍ତି। ଏହା ଏଥିପାଇଁ କରାଯାଏ, ଯେତେବେଳେ ବିମାନଟି ଭୂମି ଉପରେ ଅବତରଣ କରିବ, ତ କ୍ରାଇମ୍‌ ସିନରେ ଯେପରି କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ ଏବଂ ମୃତ୍ୟୁର ଠିକ୍ ତଦନ୍ତ ହୋଇ ପାରିବ।

ଏହାର ଅର୍ଥ ହେଉଛି, ପୂରା ବିମାନ ଏବଂ ଏଥିରେ ବସିଥିବା ଯାତ୍ରୀମାନେ ପୋଲିସ ତଦନ୍ତ ଅଧୀନରେ ରହିବେ। ଯେ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସର ଯାଞ୍ଚ ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ବିମାନରେ ହିଁ ରହିବେ ଏବଂ ସେମାନଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିବ। ଏଥିପାଇଁ ଏମିତି ପରିସ୍ଥିତିରେ ଲୋକମାନଙ୍କୁ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍।

ପ୍ରତିବର୍ଷ ହଜାର ହଜାର ମୃତଦେହ ସହିତ ଯାତ୍ରା କରନ୍ତି ଲୋକେ

ବେଳେବେଳେ ଏମିତି ବି ହୋଇଥାଏ, ଆପଣ କୌଣସି ମୃତଦେହ ସହିତ ଯାତ୍ରା କରନ୍ତି, ହେଲେ ଯାତ୍ରା ସମୟରେ ଆପଣ ଏହାକୁ ଅନୁଭବ କରି ପାରନ୍ତି ନାହିଁ। ଏହିଭଳି ପ୍ରତିବର୍ଷ ହଜାର ହଜାର ମୃତଦେହ ଆକାଶରେ ଯାତ୍ରା କରି ଥାଆନ୍ତି ଏବଂ ସେହି ସମୟରେ କାହାକୁ ଏ ବିଷୟରେ ଜଣା ସୁଦ୍ଧା ନ ଥାଏ। ଏ ନେଇ କୌଣସି ଯାତ୍ରୀଙ୍କୁ କିଛି କୁହାଯାଏ ନାହିଁ। ସେହି ମୃତ ଶରୀରର ଏକ ଡାକ ନାମ ରଖି ଦିଆଯାଏ। ମୃତଦେହକୁ HR କୁହାଯାଇଥାଏ, ଯାହାର ଅର୍ଥ ‘ହ୍ୟୁମାନ୍ ରିମେନସ୍’ ହୋଇଥାଏ।

ଏମିତି ଅଜବ ପରିସ୍ଥିତିରେ କ’ଣ ହୋଇଥାଏ

ଏଭଳି ମୃତଦେହକୁ ସେମିତି ହିଁ ରଖି ଦିଆଯାଏ। କିନ୍ତୁ ଯେତେବେଳେ ଜଣେ ଯାତ୍ରୀ ତାଙ୍କ ପାଖ ସିଟରେ ବସି ଥାଆନ୍ତି, ତ ଅଜବ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏମିତି ଏକ ଘଟଣା ତୁର୍କୀରୁ ରୁଷ ମଧ୍ୟରେ ବିମାନ ଯାତ୍ରା ସମୟରେ ଘଟିଥିଲା। ମଧୁମେହର ଶିକାର ହୋଇଥିବା ୫୦ ବର୍ଷୀୟା ଜଣେ ମହିଳାଙ୍କର ଯାତ୍ରା ଆରମ୍ଭର ୪୫ ମିନିଟ୍ ପରେ ମୃତ୍ୟୁ ଘଟିଥିଲା। କାହିଁକି ନା, ତାଙ୍କ ପାଖରେ ସେହି ସମୟରେ କୌଣସି ବି ଇନସୁଲିନ୍ ନ ଥିଲା। ଏହି ଯାତ୍ରା ସାଢ଼େ ତିନି ଘଣ୍ଟାର ଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଶରୀରକୁ ଏକ କମ୍ବଳରେ ଘୋଡ଼ାଇ ଦିଆଯାଇଥିଲା। କିନ୍ତୁ ତାଙ୍କ ପାଖରେ ବସିଥିବା ଯାତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ ଭୟାବହ ଅନୁଭବ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.