Below header

ବରଗଡ଼ରେ ସରିଲା ଧନୁଯାତ୍ରା, ମାମୁ କଂସଙ୍କୁ ବଧ କଲେ ଶ୍ରୀକୃଷ୍ଣ

ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। କଂସ ବଧ ସହ ସରିଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହୋଇଛନ୍ତି ମଥୁରାବାସୀ । ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।

ବରଗଡ଼ (କେନ୍ୟୁଜ) : ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। କଂସ ବଧ ସହ ସରିଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହୋଇଛନ୍ତି ମଥୁରାବାସୀ । ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।

ଏହାପରେ ଶ୍ରୀକୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ପୁରୀ ଆସିଛନ୍ତି । ମହୋଦଧିରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୧୧ ଦିନର ରାଜୁତିରେ ମହାରାଜ କଂସଙ୍କ ନଗର ଭ୍ରମଣ ସହ ଦରବାରରେ ନେତ, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନକଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ। । ବରଗଡ଼ ମଥୁରାନଗରୀ ଓ ଓ ଗୋପପୁର ସାଜିଥିଲା ଅମ୍ବାପାଲ୍ଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.