ବଲିଉଡ ପରେ ଏବେ ହଲିଉଡ ଉପରେ ଟାର୍ଗେଟ, ‘ଡିପଫେକ୍’ର ଶିକାର ହେଲେ ହଲିଉଡ ସିଙ୍ଗର ଟେଲର ସ୍ୱିପ୍ଟ

ବଲିଉଡରୁ ଆରମ୍ଭ କରି ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଡିପଫେକର ଶିକାର ହୋଇସାରିଛନ୍ତି । ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏହି ଟୁଲ୍ ହଲିଉଡ ଉପରେ ଆଟାକ୍ କରିଛି । ହଲିଉଡ ସିଙ୍ଗର ଟେଲର ସ୍ଵିଫ୍ଟ 'ଡିପଫେକ' ଅପବ୍ୟବହାରର ଶିକାର ହୋଇଛନ୍ତି ।

ବଲିଉଡରୁ ଆରମ୍ଭ କରି ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଡିପଫେକର ଶିକାର ହୋଇସାରିଛନ୍ତି । ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏହି ଟୁଲ୍ ହଲିଉଡ ଉପରେ ଆଟାକ୍ କରିଛି । ହଲିଉଡ ସିଙ୍ଗର ଟେଲର ସ୍ଵିଫ୍ଟ ‘ଡିପଫେକ’ ଅପବ୍ୟବହାରର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ AI ଜେନେରେଟେଡ୍ ଫଟୋ ଭାଇରାଲ ହେବା ମାତ୍ରେ ଏକ ଆଲୋଡ଼ନ ଦେଖାଦେଇଛି । ଏହା ପରେ ଏବେ AIକୁ ବଏକଟ୍ କରିବାକୁ ଦାବି ହେଉଛି ।

ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୫ରେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ ଟେଲର ସ୍ଵିଫ୍ଟଙ୍କ କିଛି ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଫଟୋଗୁଡ଼ିକୁ କିଏ ଭାଇରାଲ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ପ୍ରସଙ୍ଗରେ ଫ୍ୟାନ୍ସମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ସେମାନେ କହିଛନ୍ତି ଯେ ଏହା ଟେଲର ସ୍ଵିଫ୍ଟଙ୍କ ପ୍ରାଇଭେସି ଏବଂ ସମ୍ମାନର ଉଲ୍ଲଂଘନ ।

ଏହି ମାମଲା ପରେ ବର୍ତ୍ତମାନ ‘ଟେଲର ସ୍ଵିଫ୍ଟ AI’ ମଧ୍ୟ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ସୂଚନାଯୋଗ୍ୟ, ସର୍ବପ୍ରଥମେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା । ପରେ ଅଭିନେତ୍ରୀ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ମଧ୍ୟ କହିଥିଲେ । ରଶ୍ମିକା ଝିଅମାନଙ୍କୁ କହିଥିଲେ ଯେ ଯେଉଁମାନେ ଏହାର ଶିକାର ହୋଇଛନ୍ତି ସେମାନେ ଚୁପ୍ ରହିଲେ କିଛି ହେବ ନାହିଁ ଏବଂ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ରଶ୍ମିକାଙ୍କ ବ୍ୟତୀତ ଅନେକ ବଲିଉଡ ଅଭିନେତ୍ରୀଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଛି । ଏହି ତାଲିକାରେ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, କାଜୋଲଙ୍କ ଭଳି ଅଭିନେତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ । କ୍ୟାଟ୍ରିନା କୈଫଙ୍କ ସହ ଏହା ଦୁଇଥର ଘଟିଛି । ନିକଟରେ, ଜାନୁଆରୀ ୨୨ରେ, ଯେତେବେଳେ କ୍ୟାଟ୍ରିନା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ, ସେତେବେଳେ ହ୍ରିତିକ ରୋଶନଙ୍କ ସହ ତାଙ୍କର ଏକ ଡିପଫେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଭିଡିଓରେ ସେ ତୁର୍କୀ ଭାଷା କହୁଥିବାର ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.