ପ୍ରଧାନମନ୍ତ୍ରୀଙ୍କ ଦ୍ୱିତିୟ ଇନିଂସ୍ : ଧର୍ମେନ୍ଦ୍ରଙ୍କୁ ଷ୍ଟିଲ୍ ଓ ପେଟ୍ରୋଲିୟମ୍ ଏବଂ ପ୍ରତାପଙ୍କୁ ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତିୟଥର ଲାଗି ଶପଥ ନେବା ସହ ୫୭ ଜଣିଆ ମନ୍ତ୍ରିମଣ୍ଡଳ ଗତକାଲି ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍‌ ,୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ଭାବେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ନୂଆ କରି ଓଡ଼ିଶାରୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ଓ ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦର ବିଭାଗର ଦାୟିତ୍ୱ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.