ଢେଙ୍କାନାଳ ଏବଂ ଭାବନୀପାଟଣାରେ ବନ୍ଦ ଡାକରା

ଢେଙ୍କାନାଳ / କାଳାହାଣ୍ଡି(କେନ୍ୟୁଜ୍) : ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ। ୪ଦଫା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଗେଟ୍ରେ ମଧ୍ୟ କର୍ମୀମାନେ ତାଲା ପକାଇ ଦେଇଛନ୍ତି।

ସହରରେ ବିପର‌୍ୟ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା। ଢେଙ୍କାନାଳ ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲର ମାନ୍ୟତା ଦାବି, ନୂତନ ହସ୍ପିଟାଲରେ ସ୍ଥାୟୀ ଡାକ୍ତର ଓ ନର୍ସ ନିଯୁକ୍ତି ଦାବି, ପୋଲିସ ଫାଣ୍ଡି ସ୍ଥାପନ କରିବା ଏବଂ କେନ୍ଦ୍ର ସରକାରଙ୍କ ଆୟୂଷ୍ମାନ ଯୋଜନା କାର‌୍ୟ୍ୟକାରୀ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। କୌଣସି ଅପ୍ରିତୀକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

strike

କାଳାହାଣ୍ଡି ଭାବନୀପାଟଣାରେ ବି ୨୪ ଘଣ୍ଟିଆ ବନ୍ଦ ପାଳନ। ସହରବାସୀଙ୍କୁ ଘର ଡିହ ପଟ୍ଟା ପ୍ରଦାନ ଓ ବସ୍ତିଆଇନ ୨୦୧୭କୁ ଲାଗୁ କରିବା ଦାବିରେ ଜନମମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ସହରର ସମସ୍ତ ଦୋକାନ, ବଜାର ବନ୍ଦ ରହିଥିବାବେଳେ ୨୬ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ୍ ହୋଇଯାଇଛି। ଆନ୍ଦୋଳନକାରୀମାନେ ବିଭିନ୍ନ ଛକରେ ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.