Below header

ଦିଲ୍ଲୀ : କରୋଲବାଗର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ

ନୂଆଦିଲ୍ଲୀ : ଜଳିଗଲା ହୋଟେଲ୍। ଚାଲିଗଲା ୧୭ ଜୀବନ । ଦିଲ୍ଲୀ କରୋଲବାଗର ଅର୍ପିତ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ଫସି ରହିଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା, ଛୋଟ ଛୁଆଙ୍କ ସମେତ ୭ ଜଣ ପୁରୁଷ । ନିଆଁଲିଭା କାମରେ ୩୦ଟି ଦମକଳ ନିୟୋଜିତ ଅଛନ୍ତି ।

ଭୋର ୪ଟା ୩୫ ମିନିଟରେ ନିଆଁ ଲାଗିଥିଲା । ନିଆଁ ଲାଗିବା ବେଳେ ହୋଟେଲରେ ଯାତ୍ରୀ ମାନେ ଶୋଇଥିଲେ । ସାଢେ ଚାରି ଘଣ୍ଟାର ଉଦ୍ୟମ ପରେ ଦମକଳ ବାହିନୀ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ନିକଟସ୍ଥ ହାସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ନିଆଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସର୍ଟସର୍କେଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.