ଏବେ ବଡ଼ ପରଦାରେ ରାହୁଲ ଗାନ୍ଧି, ରିଲିଜ୍ ହେଲା ଟିଜର

ମୁମ୍ବାଇ : ବଲିଉଡ଼ରେ ଯେପରି ବାୟୋପିକର ସିରିଜ୍ ପ୍ରସ୍ତୁତ ହେବାରେ ଲାଗିଛି। ଏନେଇ ଏବେ ରିଲିଜ ହୋଇଛି ଫିଲ୍ମ ମାଇ ନେମ୍ ଇଜ୍ ରାଗା ର ଟିଜର । ଫିଲ୍ମଟି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜୀବନି ଉପରେ ଆଧାରିତ। ଏଥିରେ ରାହୁଲ ଗାନ୍ଧିଙ୍କ ଚରିତ୍ରରେ ଅଭିନେତା ଅଶ୍ୱିନୀ କୁମାର ଅଭିନୟ କରିଛନ୍ତି । ମନମୋହନ ସିଂଙ୍କ ଚରିତ୍ରରେ ଅନୁପମ ଖେରଙ୍କ ଭାଇ ରାଜୁ ଖେର ନଜର ଆସିଛନ୍ତି।

ଟିଜରରେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତଶାହଙ୍କୁ ବି ଦେଖିବାକୁ ମିଳିଛି । ବିଭିନ୍ନ ବିଫଳତା ମଧ୍ୟରେ ବି ରାହୁଲ କିଭଳି ରାଜନୀତିରେ ସଫଳତା ପାଇଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିବ । ରୁପେଲ ପଲ ଫିଲ୍ମର ନିର୍ଦ୍ଦେଶନା ଦେଈଛନ୍ତି । ଆସନ୍ତାମାସ ଏପ୍ରିଲରେ ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.