Below header

ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି ; ୩ ଦିନରେ ଗଲାଣି ୫ ମୁଣ୍ଡ

ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ମୃତୁକଙ୍କ ସଂଖ୍ୟା ୫ରେ ପହଁଚିଲା। ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ। ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ୧୧୧ରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ରାଉରକେଲା (କେନ୍ୟୁଜ): ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ମୃତୁକଙ୍କ ସଂଖ୍ୟା ୫ରେ ପହଁଚିଲା। ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ। ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ୧୧୧ରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ଗଲାଣି ୫ ଜଣଙ୍କ ଜୀବନ। ଭୁବନେଶ୍ୱରରୁ ଦୁଇ ଜଣ ବିଶେଷଜ୍ଞ ଓ ସୁନ୍ଦରଗଡ ମେଡିକାଲ କଲେଜରୁ ଚାରି ଜଣ ଡାକ୍ତରୀ ଟିମ ପହଂଚି ଚିକିତ୍ସା କରୁଛନ୍ତି। ଏନେଇ ଜିଲ୍ଲା ଚିକିତ୍ସାଳୟ ମୁଖ୍ୟଙ୍କ ସୂଚନା।

ସୂଚନା ଅନୁଯାୟୀ ଦୁଇଦିନରେ ଚାରିଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସେହିପରି ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ବହୁ ଆକ୍ରାନ୍ତ ଏବେ ବି ହସପିଟାଲ ଆସୁଥିବା ଦେଖାଯାଉଛି। କେଉଁ କାରଣରୁ ହଠାତ ବିଭିନ୍ନ ଏରିଆରେ ଝାଡାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନାହିଁ। ରୋଗର କାରଣ ନିରୂପଣ ପାଇଁ ରୋଗୀଙ୍କ ଝାଡାବାନ୍ତି ପରୀକ୍ଷା ପାଇଁ ପଠାଯାଇଛି। ଝାଡା ବାନ୍ତି ରୋଗୀଙ୍କ ସଂଖ୍ୟା ବଢୁ ଥିବାରୁ ହସପିଟାଲରେ ବେଡ଼ ସଂଖ୍ୟା ବଢାଇବାକୁ ପଦକ୍ଷେପ ନିଆଯାଉଛି। ସେପଟେ ସ୍ଥିତିର ମୁକାବିଲା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଆକ୍ରାନ୍ତଙ୍କୁ ଔଷଧ ଦେବା ସହ ଗୁରୁତରଙ୍କୁ ସରକାରୀ ଡାକ୍ତରଖାନା ପଠାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.