Below header

ହୋମଗାର୍ଡ ଆତ୍ମହତ୍ୟା ମାମଲା, ବଦଳିଲେ ଡିଆଇଜି ବ୍ରିଜେଶ ରାୟ, ରାଜ୍ୟ ମାନବାଧିକାର କମିସନଙ୍କ ତଦନ୍ତ ନିର୍ଦ୍ଦେଶ 

ବଦଳିଲେ ଡିଆଇଜି ବ୍ରିଜେଶ ରାୟ । ତାଂକୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଉତ୍ତର-କେନ୍ଦ୍ରାଞ୍ଚଳ DIG ଭାବେ କାର୍ଯ୍ୟରତ ଥିଲେ ବ୍ରିଜେଶ ରାୟ। ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ। ଅଭିଯୋଗ ପରେ ତାଙ୍କର ବଦଳି କରାଯାଇଛି।

ବଦଳିଲେ ଡିଆଇଜି ବ୍ରିଜେଶ ରାୟ । ତାଂକୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଉତ୍ତର-କେନ୍ଦ୍ରାଞ୍ଚଳ DIG ଭାବେ କାର୍ଯ୍ୟରତ ଥିଲେ ବ୍ରିଜେଶ ରାୟ। ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ। ଅଭିଯୋଗ ପରେ ତାଙ୍କର ବଦଳି କରାଯାଇଛି।

ଅନୁଗୋଳରେ କାର୍ଯ୍ୟରତ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଟ୍ରେନ ଆଗରେ ଜୀବନ ହାରିବାକୁ ଉଦ୍ୟମ କରି ଦୁଇ ଗୋଡ଼ ହରାଇଛନ୍ତି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିର୍ଯାତନା ଅଭିଯୋଗ ନେଇ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଂକୁ ସୈରିଦ୍ରୀ ସାହୁ ଲିଖିତ ଭାବେ ଜଣାଇଥିଲେ ।

ସୈରିଦ୍ରୀ ଅଭିଯୋଗ କରିଛନ୍ତି, ସାତ ମାସ ତଳେ ଡିଆଇଜି ବ୍ରିଜେଶ ରାଏଙ୍କ ଘରୋଇ କାମରେ ତାଂକୁ ନିୟୋଜିତ କରାଯାଇଥିଲା । କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଂକୁ ନିର୍ଯାତନା ଦେଉଥିଲେ । ଚାକିରି ନେଇଯିବାକୁ ଧମକ ଦେଉଥିଲେ।

ଅସହ୍ୟ ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ସୈରିଦ୍ରୀ। ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବି ବଞ୍ଚିଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ଦୁଇ ଗୋଡ଼ ହରାଇଛନ୍ତି । ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି ସୈରିଦ୍ରୀ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଆଇଜି ବ୍ରିଜେଶ ରାୟ।

ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ ମହିଳା ହୋମଗାର୍ଡ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ। ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ପାଇଁ ରାଜ୍ୟ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ। ସେପଟେ ହୋମଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏସମ୍ପର୍କରେ ଅଭିଯୋଗ ଆସିଥିଲା । ଘଟଣା ସଂପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ଅନୁଗୁଳ ଏସପିଙ୍କୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.