ISRO ଜାରି କଲା ୭୦ କିମି ଉଚ୍ଚତାରୁ ଜହ୍ନର ଫଟୋ, ସେୟାର କଲା ଚନ୍ଦ୍ରଯାନ-୩ ମିଶନର ଅପ୍‌ଡେଟ

ଆସନ୍ତାକାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ। ଏହି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରି ରହିଥିବା ବେଳେ ଭାରତର ମୁନ୍ ମିଶନ ଉପରେ ନଜର ରଖିଛି ସାରା ବିଶ୍ୱ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମଙ୍ଗଳବାର ଜହ୍ନର ଆଉ କେତେକ ନୂତନ ଫଟୋ ଜାରି କରିଛି। ଅଗଷ୍ଟ ୧୯ରେ ଏହି ଫଟୋଗୁଡ଼ିକ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଚନ୍ଦ୍ରଯାନ-୩ ମିଶନର ‘ଲ୍ୟାଣ୍ଡର୍ ପୋଜିସନ୍ ଡିଟେକସନ୍ କ୍ୟାମେରା’ (LPDC) ଦ୍ୱାରା କଏଦ ହୋଇଛି।

ଇସ୍ରୋ ଚନ୍ଦ୍ରର ତାଜା ଫଟୋ ସହିତ ମିଶନ ଅପ୍‌ଡେଟ ମଧ୍ୟ ସେୟାର କରିଛି। ଏହା ଟ୍ଵିଟ୍‌ କରି କହିଛି ଯେ ‘ଚନ୍ଦ୍ରଯାନ ୩ ମିଶନ: ମିଶନ ଧାର୍ଯ୍ୟ ସମୟରେ ରହିଛି…ସିଷ୍ଟମ୍‌ର ନିୟମିତ ଯାଞ୍ଚ ହେଉଛି। ସୁଚାରୁ ରୂପେ ଉଡ଼ାଣ ଜାରି ରହିଛି। ମିଶନ ଅପରେସନ୍ସ କମ୍ପ୍ଲେକ୍ସ (MOX) ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ଅଛି’।

କହି ରଖୁଛୁ, ଚନ୍ଦ୍ରଯାନ-୩ର ଅବତରଣ ନେଇ ଅବଗଣନା ଚାଲିଛି। ଆସନ୍ତାକାଲି ଇତିହାସ ରଚିବା ଅପେକ୍ଷାରେ ରହିଛି ଇସ୍ରୋ। କାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ। ଏହି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରି ରହିଥିବା ବେଳେ ଭାରତର ମୁନ୍ ମିଶନ ଉପରେ ନଜର ରଖିଛି ସାରା ବିଶ୍ୱ। ବୈଜ୍ଞାନିକମାନେ ଶତ ପ୍ରତିଶତ ନିଶ୍ଚିତ ଯେ, ଚୂଡ଼ାନ୍ତ ପରୀକ୍ଷାରେ ବି ଉତ୍ତୀର୍ଣ୍ଣ ହେବ ଚନ୍ଦ୍ରଯାନ-୩।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.