ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ୨ ଗିରଫ, ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି
ମାହାଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ୨ ଗିରଫ। ଛାତ୍ରୀ ମୃତ୍ୟୁ ଘଟଣାରେ ମାହାଙ୍ଗାର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ଗିରଫ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା।

ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି। ଜଣେ ମହିଳା ଡିଏସପିଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି। ଜୁନ ୧୮ତାରିଖରେ ଦଶମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୧୯ ତାରିଖରେ ମାହାଙ୍ଗା ପୋଲିସକୁ ଏନେଇ ଖବର ମିଳିଥିଲା ବୋଲି କହିଛନ୍ତି ଗ୍ରାମାଞ୍ଚଳ ଏସପି। ଏହି ଘଟଣାରେ ପୂର୍ବରୁ କ୍ରୀଡା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମାଆ ବିଜୟଲକ୍ଷ୍ମୀ ରାୟଙ୍କୁ ପୂର୍ବରୁ ପଚରାଉଚରା କରିଥିଲା ପୋଲିସ।