Below header

ଦିଗପହଣ୍ଡି ବସ ଦୁର୍ଘଟଣା : ଲିଭିଗଲା ବଡ଼-ସାନ ଭଉଣୀଙ୍କ ଜୀବନ ଦୀପ, ବଂଚିଗଲେ ମଝିଆଁ

ଦିଗପହଣ୍ଡି ବସ ଦୁର୍ଘଟଣାରେ ଲିଭି ଯାଇଛି ଗୋଟିଏ ପରିବାରରୁ ୮ ଟି ଜୀବନ ଦୀପ । ଯେଉଁ ଗାଁରେ ଦୁଇ ଦିନ ତଲେ ହସଖୁସୀର ମାହୋଲ ଥିଲା ଆଜି କାନ୍ଦ ବୋବାଲିରେ ଫାଟି ପଡିଛି ସେହି ଗାଁ । ଏହି ଭୟଙ୍କର ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖଣ୍ଡଦେଉଳିର ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ରହ୍ମପୁର: ଦିଗପହଣ୍ଡି ବସ ଦୁର୍ଘଟଣାରେ ଲିଭି ଯାଇଛି ଗୋଟିଏ ପରିବାରରୁ ୮ ଟି ଜୀବନ ଦୀପ । ଯେଉଁ ଗାଁରେ ଦୁଇ ଦିନ ତଲେ ହସଖୁସୀର ମାହୋଲ ଥିଲା ଆଜି କାନ୍ଦ ବୋବାଲିରେ ଫାଟି ପଡିଛି ସେହି ଗାଁ । ଏହି ଭୟଙ୍କର ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖଣ୍ଡଦେଉଳିର ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ କନିଆ (ସୋନେଲି) ବଂଚି ଯାଇଛନ୍ତି ହେଲେ ହରାଇଛନ୍ତି ଅବିବାହିତ ସାନ ଭଉଣୀ ରୂପାଲି ଓ ବଡ ଭଉଣୀ ଶିବାନୀଙ୍କୁ ।

ମୃତକ ସମସ୍ତେ ନବ ବିବାହିତ ସୋନେଲ ପ୍ରଧାନଙ୍କ ସମ୍ପର୍କୀୟ । ଦୁର୍ଘଟଣାରେ ବଡ଼ ଭଉଣୀ ଶିବାନୀ ପ୍ରଧାନ ଓ ସାନ ଭଉଣୀ ରୂପାଲିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଶିକ୍ଷକତା କରୁଥିବା ଶିବାନୀ ଭଉଣୀ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ ହେଲେ ଫେରିଲା ତାଙ୍କ ମୃତଦେହ । ଖାଲି ସେତିକି ନୁହେଁ ବଡ଼ବାପା ତ୍ରିପତି ପ୍ରଧାନ, କକା ରମେଶ ପ୍ରଧାନ ଓ ସମ୍ପର୍କୀୟ କକା ସୀତାରାମଙ୍କ ମଧ୍ୟ ଏଥିରେ ମୃତ୍ୟୁ ଘଟିଛି ।

ବଡ଼ବାପା ଝିଅ ଭଉଣୀ ସୁଜ୍ଞାନୀ ସହ ୩ ବର୍ଷୀୟ ପୁତୁରା ଦେବାଂଶୁ ଓ ବର୍ଷକର ପୁତୁରା ହାର୍ଦ୍ଦିକଙ୍କର ମୃତ୍ୟୁ ହୋଇଛି । ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସୋନାଲିଙ୍କ ପିଲାବେଳର ସାଙ୍ଗ ସଙ୍ଗୀତା ଡାକୁଆ (୩୨) ମଧ୍ୟ ବସ୍ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ।

ଗଡ଼ଗୋବିନ୍ଦପୁରରେ ବିବାହ କରିଥିଲେ ସେ । ପୁଅକୁ ନେଇ ସାଙ୍ଗ ରିସେପସନକୁ ଯାଇଥିଲେ ସଙ୍ଗୀତା ବସ୍ ଧକ୍କାରେ ସଙ୍ଗୀତା ଚାଲିଗଲେ, ଛାଡ଼ିଗଲେ ୪ ବର୍ଷର ପୁଅକୁ । ଏମତି ଦୁଃଖଦ ପରିସ୍ଥିତିରେ କେହି କାହାକୁ ସମ୍ଭାଳିବା ପାଇଁ ନାହାଁନ୍ତି । କେବଳ ଶୁଭୁଛି କାନ୍ଦ ବୋବାଳିର ଶବ୍ଦ ।

ଏକ ସୂଚନାରୁ ଜଣାପଡିଛି ଯେ  ମୃତକଙ୍କ ମଧ୍ୟରେ ଅଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପର୍କୀୟ । ମୃତକଙ୍କ ମଧ୍ୟରେ ୫ ଜଣ ହେଉଛନ୍ତି ଭଂଜନଗର ମୁଜାଗଡ ଗାଁର । ଜଣେ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗାଁର ସମସ୍ତ ମୃତକ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପର୍କୀୟ । ମୃତକଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମ୍ପର୍କୀୟ ଅଛନ୍ତି । ସେହିଭଳି ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କର ସମ୍ପର୍କୀୟ ମଧ୍ୟ ଅଛନ୍ତି । ଏମକେସିଜି ହସପିଟାଲରେ ଆହତଙ୍କୁ ଭେଟୁଛନ୍ତି ସେମାନଙ୍କ ସମ୍ପର୍କୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.