ବନ୍ଧୁତାରେ କଳଙ୍କ, ସ୍ତ୍ରୀ ସହିତ ଅନୈତିକ ସଂପର୍କ ଥିବା ସନ୍ଦେହ କରି ସାଙ୍ଗକୁ ମାରି ରକ୍ତ ପିଇଲା ସାଙ୍ଗ

ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସଂପର୍କ ସନ୍ଦେହ କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଆଉ ରକ୍ତ ପିଇ ଭିଡିଓ ରେକର୍ଡିଂ କଲା । ଏହି ମାମଲାରେ ସାଙ୍ଗକୁ ଗିରଫ କରିଛି ପୋଲିସ ।

ସ୍ତ୍ରୀ ସହ ସମ୍ପର୍କ ରଖିବାରୁ ନିଜ ବନ୍ଧୁଙ୍କ ଗଳା କାଟିବା ପରେ ରକ୍ତ ପିଇଛି ସାଙ୍ଗ । ଏହି ଘଟଣାରେ ପୋଲିସ ହତ୍ୟା କରିଥିବା ଯୁବକଙ୍କୁ ଗିରଫ କରିଛି । କର୍ଣ୍ଣାଟକ ଚିକାବଳଭପୁରା ଜିଲ୍ଲାର ଚିନ୍ତାମଣି ତାଲୁକରେ ଏହି ଘଟଣା ଘଟିଛି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଏହି ମାମଲାରେ କହିଛି, ଗିରଫ ବ୍ୟକ୍ତିଙ୍କ ନାମ ବିଜୟ। ବିଜୟଙ୍କ ସ୍ତ୍ରୀ ସହିତ ବନ୍ଧୁ ମାରେଶର ଅନୈତିକ ସମ୍ପର୍କ ଥିଲା ବୋଲି କେବେଠାରୁ ବିଜୟ ସନ୍ଦେହ କରୁଥିଲେ। ଫଳରେ ମାରେଶଙ୍କୁ ଦେଖା ହେବା ବାହାନରେ ଡାକି ଜୁନ ୧୯ ତାରିଖରେ ବିଜୟ ତାଙ୍କୁ ଏକ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ବିଜୟ ମାରେଶ ମଧ୍ୟରେ ଝଗଡା ହୋଇଥିଲା । ପରେ ବିଜୟ ମାରେଶର ଗଳା କାଟିବା ପରେ ତା’ର ରକ୍ତ ପିଇଥିଲେ । ଏହି ସବୁ କାର୍ଯ୍ୟକୁ ସେ ନିଜ ଫୋନରେ ରେକର୍ଡ଼ କରିଥିଲେ ।

ମହେଶ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ବିଜୟ ତାଙ୍କୁ ମୁଥା ଓ ଚାପୁଡ଼ା ମଧ୍ୟ ମାରି ଚାଲିଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଏହି ଦୃଶ୍ୟ ରହିଛି। ସ୍ଥାନୀୟ ଲୋକମାନେ ତୁରନ୍ତ ମାରେଶଙ୍କୁ ହସ୍ପିଟାଲ ନେଇଥିଲେ। ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଏହି ଘଟଣା ରେ ପୋଲିସ୍ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.