Below header

କେଉଁ ପରିସ୍ଥିତିରେ ମୁହାଁମୁହିଁ ଧକ୍କା ହେଲା ୨ ବସ୍‌, ଟ୍ରାଜେଡିର ଚାଲିଛି କାରଣ ଖୋଜା

ଦିଗପହଣ୍ଡି ଖେମୁଣ୍ଡିରେ ଦୁଇଟି ବସ୍‌ ମଧ୍ୟରେ କେମିତି ଓ କେଉଁ ପରିସ୍ଥିତିରେ ମୁହାଁମୁହିଁ ଧକ୍କା ହେଲା ? ତ୍ରୁଟି କାହାର ? ବସ୍‌ ଟ୍ରାଜେଡିର ଚାଲିଛି କାରଣ ଖୋଜା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଘରୋଇ ବସ୍‌ର ନଥିଲା ଇନ୍‌ସ୍ୟୁରାନ୍‌ସ । ୨୫ ବର୍ଷ ତଳର ପୁରୁଣା ଗାଡ଼ି ।

(କେନ୍ୟୁଜ): ଦିଗପହଣ୍ଡି ଖେମୁଣ୍ଡିରେ ଦୁଇଟି ବସ୍‌ ମଧ୍ୟରେ କେମିତି ଓ କେଉଁ ପରିସ୍ଥିତିରେ ମୁହାଁମୁହିଁ ଧକ୍କା ହେଲା ? ତ୍ରୁଟି କାହାର ? ବସ୍‌ ଟ୍ରାଜେଡିର ଚାଲିଛି କାରଣ ଖୋଜା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଘରୋଇ ବସ୍‌ର ନଥିଲା ଇନ୍‌ସ୍ୟୁରାନ୍‌ସ । ୨୫ ବର୍ଷ ତଳର ପୁରୁଣା ଗାଡ଼ି । ବିନା ପରମିଟ୍‌ରେ ଗଡୁଥିଲା । ଯାତ୍ରୀ ନେବା ଆଣିବା ପାଇଁ ନଥିଲା ଅନୁମତି । ପୁରୁଣା ଗାଡ଼ି ଯୋଗୁଁ ବସର ଏକ୍ସିଲ ଭାଙ୍ଗି ଯାଇଥିଲା । ତଦନ୍ତ ପରେ ସ୍ପଷ୍ଟ ହେବ କେମିତି ହେଲା ଭୟଙ୍କର ଦୁର୍ଘଟଣା ।

ରବିବାର ବିଳମ୍ବିତ ରାତିରେ କନ୍ୟା ଶାଶୂ ଘରୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଓଏସ୍‌ଆର୍‌ଟିସି ବସ୍‌ ସହ କନ୍ୟା ଘରୁ ଫେରୁଥିବା ମିନି ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି କନିଆଁ ଘରର ୭ ଜଣ । ଗତକାଲି ଖଣ୍ଡଦେଉଳି ଗାଁ ଶ୍ମଶାନରେ ଏକାଠି ଜଳିଥିଲା ୭ ଜଣଙ୍କର ମୃତଦେହ । ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଭିତରୁ ୭ ଜଣ ବ୍ରହ୍ମପୁର ଏମକେସିଜି ଓ ଜଣେ ଗୁରୁତରଙ୍କୁ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭରର ଆତ୍ମସମର୍ପଣ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.