ଆସନ୍ତାକାଲି ବାହୁଡ଼ା ଯାତ୍ରା: ଆଜି ସନ୍ଧ୍ୟା ୫ଟା ଯାଏଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆସନ୍ତାକାଲି ବାହୁଡ଼ା ଯାତ୍ରା । ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ରହିଛି । ବାହୁଡ଼ା ପାଇଁ ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ଦର୍ଶନ ସହ ଆଜି ଅନ୍ତିମ ଆଡ଼ପ ଅବଢ଼ା ପାଇବେ ଭକ୍ତ । ରାତି ୧୨ଟା ଯାଏ ମିଳିବ ଆଡପ ଅବଢ଼ା ।

ପୁରୀ (କେନ୍ୟୁଜ): ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଶ୍ରୀଜିଉଙ୍କ ଲୀଳାଖେଳା । ଆସନ୍ତାକାଲି ବାହୁଡ଼ା ଯାତ୍ରା । ପୁଣି ଥରେ ଶ୍ରୀମନ୍ଦିର ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ରହିଛି । ବାହୁଡ଼ା ପାଇଁ ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ ରହିବ । ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାପ୍ରଭୁଙ୍କର ଜନ୍ମବେଦୀର ଏହା ଶେଷ ଦର୍ଶନ ।

ଏହାପରେ ବାହୁଡ଼ା ଯାତ୍ରାରେ ବାହାରିବେ ଶ୍ରୀବିଗ୍ରହ । ସନ୍ଧ୍ୟା ଦର୍ଶନ ସହ ଆଜି ଅନ୍ତିମ ଆଡ଼ପ ଅବଢ଼ା ପାଇବେ ଭକ୍ତ । ରାତି ୧୨ଟା ଯାଏ ମିଳିବ ଆଡପ ଅବଢ଼ା । ବାହୁଡ଼ା ଯାତ୍ରା ଓ ସନ୍ଧ୍ୟା ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ସହ ରୋପ୍‌ ବ୍ୟାରକେଡ୍‌ କରିଛି ପ୍ରଶାସନ । ବାହୁଡ଼ା ଯାତ୍ରା ପାଇଁ ୩ ରଥର ଦକ୍ଷିଣ ମୋଡ଼ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ୨୯ ତାରିଖରେ ରଥ ଉପରେ ହେବ ଶ୍ରୀଜିଉଙ୍କୁ ସୁନାବେଶ । ୩୦ ତାରିଖରେ ଅଧରପଣା ଓ ୧ ତାରିଖରେ ନୀଳଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.