Below header

ଭୁବନେଶ୍ବରରେ ମାତିଛନ୍ତି ଡିଜିଟାଲ ଲୁଟେରା, ବ୍ୟାଙ୍କରୁ ଫୋନ କରିଛୁ କହି ଖାଲି କରୁଛନ୍ତି ଆକାଉଣ୍ଟ

ଭୁବନେଶ୍ବର (କେନ୍ୟୁଜ୍) : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଗତ ୩୧ ଡିସେମ୍ବର ପରେ ପୁରୁଣା ମ୍ୟାଗ୍ନେଟିକ୍ ଡ଼େବିଟ୍‌ କାର୍ଡ଼ ଆଉ କାମ କରୁନାହିଁ । ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଛି ଏହି କାର୍ଡ଼। ଏନେଇ ବ୍ୟାଙ୍କ ତରଫରୁ ଗ୍ରାହକଙ୍କ ପୁରୁଣା ଏଟିଏମ୍ କାର୍ଡ଼କୁ ବ୍ଲକ୍ କରାଯାଇଥିବା ବେଳେ ତାଙ୍କୁ ନୂତନ ଚିପ୍ ଥିବା କାର୍ଡ଼ ନେବାକୁ କୁହାଯାଉଛି। ଏହି ସମୟର ଫାଇଦା ଉଠାଇଛନ୍ତି ବିଭିନ୍ନ ଠକ କମ୍ପାନି ଏବଂ ଡିଜିଟାଲ ଲୁଟେରା। ସେମାନେ ଗ୍ରାହକଙ୍କୁ ଫୋନ୍‌ କରି ତାଙ୍କ ଆକାଉଣ୍ଟରୁ ଲୁଟି ନେଉ ଛନ୍ତି ଲକ୍ଷାଧିକ ଟଙ୍କା।

atm

ନିକଟରେ ଏପରି ଏକ ଘଟଣା ଭୁବନେଶ୍ବରର ସହିଦନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଜଣେ ଗୃହିଣୀଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ବ୍ୟକ୍ତି ଜଣକ ନିଜକୁ ବ୍ୟାଙ୍କର ଜଣେ କର୍ମଚାରୀ ବୋଲି କହିଥିଲେ। ମହିଳାଙ୍କୁ ତାଙ୍କର ଏଟିଏମ୍ କାର୍ଡ଼ ବ୍ଲକ ହୋଇଛି କି ପଚାରିଥିଲେ। ମହିଳା ଜଣକ ହଁ କହିବା ପରେ କଲର୍‌ ଜଣକ ତାଙ୍କର ଏଟିଏମ୍ ନମ୍ବର, ବ୍ରାଞ୍ଚ ନାଁ ଏବଂ ପିନ୍ ମାଗିଥିଲେ। ଏହାଛଡ଼ା ମହିଳାଙ୍କ ନିକଟକୁ ଆସିଥିବା ଓଟିପି (ୱାନ ଟାଇମ୍ ପାସୱାର୍ଡ ) ମଧ୍ୟ ମାଗିଥିଲେ। ଏହାର ତୁରନ୍ତ ପରେ ମହିଳାଙ୍କ ଆକାଉଣ୍ଟରୁ ତିନିଥର କରି ପାଖାପାଖି ୮୦ହଜାର ଟଙ୍କା ଗାୟବ ହୋଇଗଲା। ଏହାପରେ ମହିଳା ଜଣକ ଜାଣି ପାରିଲେ ଯେ ତାଙ୍କୁ ଫେକ୍ କଲ କରି ଟଙ୍‌କା ଉଡ଼ାଇ ନେଇଛନ୍ତି ଡିଜିଟାଲ ଚୋର । ସେ ତୁରନ୍ତ ନିଜ ବ୍ୟାଙ୍କ ଶାଖାକୁ ଘଟଣା ସମ୍ପର୍କରେ ଜଣାଇ ଦେଇଥିଲେ।
ବ୍ରାଞ୍ଚରୁ ମିଳିଥିବା ସୂଚନା ମୁତାବକ ମହିଳାଙ୍କ ସମସ୍ତ ଟଙ୍କା ମୁମ୍ବାଇର ଏକ ନିର୍ଦ୍ଦିଷ୍ଟ କମ୍ପନୀକୁ ଚାଲି ଯାଇଛି । ଏବେ ଘଟଣାର ତଦନ୍ତ କରାଯାଉଛି।

atm card

ସୂଚନା :

– କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ଏଟିଏମ୍ ବା ବ୍ୟାଙ୍କ ଡିଟେଲ୍ସ ଦିଅନ୍ତୁ ନାହିଁ।

-ବ୍ୟାଙ୍କ କର୍ମଚାରୀ ଆପଣଙ୍କ ବ୍ରାଞ୍ଚ ସମ୍ବନ୍ଧୀୟ ତଥ୍ୟ ଜାଣିଥାନ୍ତି, ଏଣୁ ସେ କେବେ ତାହା ବିଷୟରେ ପଚାରନ୍ତି ନାହିଁ।

-କେବେ ମଧ୍ୟ କାହା ସହ ନିଜର ଏଟିଏମ୍ ପିନ୍ ବା କାର୍ଡ଼ ନମ୍ବର ଶେୟରେ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.