ଓଡ଼ିଶା ଷ୍ଟେଟ୍‌ ଆଲାଏଡ୍‌ ଆଣ୍ଡ ହେଲଥ୍‌ କେୟାର କାଉନସିଲ୍‌ର ସଦସ୍ୟ ହେଲେ ଦିଲିପ ପଣ୍ଡା

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ ଆଲାଏଡ୍‌ ଓ ହେଲଥ୍‌ କେୟାର ପରିଷଦର ସଦସ୍ୟ ହେଲେ ଦିଲିପ ପଣ୍ଡା । ନ୍ୟାସନାଲ୍‌ କମିଶନ ଫର ଆଲାଏଡ୍‌ ଆଣ୍ଡ ହେଲଥ୍‌ କେୟାର ପ୍ରଫେସନ୍ସ ଆଧାରରେ ଓଡ଼ିଶା ସରକାରଙ୍କ ଦ୍ୱାରା ନବଗଠିତ ଓଡ଼ିଶା ଷ୍ଟେଟ୍‌ ଆଲାଏଡ୍‌ ଆଣ୍ଡ ହେଲଥ୍‌ କେୟାର କାଉନସିଲ୍‌ର (ଓଏସ୍‌ଏଏଚସି) ସଦସ୍ୟ ଭାବେ କିମସ୍‌ ପ୍ରଶାସନିକ ନିର୍ଦ୍ଦେଶକ ଦିଲିପ ପଣ୍ଡା ମନୋନୀତ ହୋଇଛନ୍ତି । ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ତାଙ୍କୁ ଓଏସ୍‌ଏଏଚ୍‌ସି ସଦସ୍ୟତା ମିଳିପାରିଛି ବୋଲି ଡକ୍ଟର ସାମନ୍ତ କହିଛନ୍ତି ।

ଦୀର୍ଘ ଦିନ ଧରି କିମ୍ସରେ କାର୍ଯ୍ୟ କରି ଏଠାରୁ ଲାଭ କରିଥିବା ଅନୁଭୂତିକୁ ନିଶ୍ଚିତ ଭାବେ ଓଏସ୍‌ଏଏଚସିିରେ କାର୍ଯ୍ୟରେ ପ୍ରତିପାଦିତ କରିବେ ବୋଲି ଡକ୍ଟର ସାମନ୍ତ ଆଶା ପୋଷଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଅନ୍ୟମାାନଙ୍କ ମଧ୍ୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ମେଡିକାଲ୍‌ ଫିଜିକ୍ସ ମୁଖ୍ୟ ଡା. ପ୍ରଦୀପ ହୋତା ଏହି ପରିଷଦର ଅଧ୍ୟକ୍ଷ ରହିଥିବା ବେଳେ ଡିଏମ୍‌ଇଟି ଅତିରିକ୍ତ ନିର୍ଦ୍ଦେଶକ ଡା. ଉମାକାନ୍ତ ଶତପଥୀ, ଏସସିବି ମେଡିକାଲ୍‌ କଲେଜ କ୍ଲିନିକାଲ୍‌ ସାଇକୋଲୋଜିର ବିଭାଗୀୟ ମୁଖ୍ୟ ଡା. ଯଶୋବନ୍ତ ମହାପାତ୍ର, ବାରିପଦା ସ୍ଥିତ କେଆଇଟିଇର ନିର୍ଦ୍ଦେଶକ ଦେବାଶିଷ ପଣ୍ଡା ପ୍ରମୁଖ ଏହାର ସଦସ୍ୟ ରହିଛନ୍ତି । ଏହା ବ୍ୟତୀତ ଅତିରିକ୍ତ ନିର୍ଦ୍ଦେଶକ, ଡିଏମ୍‌ଇଟି, ଏସସିବି ମେଡିକାଲ୍‌ କଲେଜ ରେଡିଓଲୋଜି, ପାଥୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଓ ଷ୍ଟେଟ୍‌ ଆଲାଏଡ୍‌ ଆଣ୍ଡ ହେଲଥ୍‌ କେୟାର କାଉନସିଲ୍‌ ଦ୍ୱାରା ଗଠିତ ସମସ୍ତ ସ୍ୱୟଂଶାସିତ ବୋର୍ଡର ସଭାପତି ମଧ୍ୟ ଏହାର ସଦସ୍ୟ ରହିଛନ୍ତି ।

 ରିଛି