Below header

ଇଡି ଖୋଲିବ ନାଗ ଫାଶ: ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍):  ଇଡି ଖୋଲିବ ନାଗ ଫାଶ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ଓ ପୀଡ଼ିତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ର ତଦନ୍ତ ଚଳାଇଛି । ଟଙ୍କା ନେଣଦେଣର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ଇଡି । କେତେ ଟଙ୍କା କାରବାର ହୋଇଛି, କେତେ ଟଙ୍କା କେଉଁଠି ଲାଗିଛି ଏନେଇ ଲିଙ୍କ ଖୋଜିବ ଇଡି । ଅର୍ଚ୍ଚନା ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ ମାମଲାର ଏଫ୍‌ଆଇର ଓ ଅନ୍ୟ ତଥ୍ୟ ମାଗିଥିଲା ଇଡି । ଅର୍ଚ୍ଚନା ସହ ଟଙ୍କା କାରବାରରେ ଲିଙ୍କରେ ଥିବା ବଡ଼ବଡ଼ିଆଙ୍କୁ ମଧ୍ୟ ପଚାରିବ ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.