କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ

ଭୁବନେଶ୍ବର(କେନ୍ଯୁଜ୍): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲରେ ନିର୍ଦ୍ଦେଶକଙ୍କୁ ଘେରିଲେ ସଫେଇ କର୍ମଚାରୀ । ସୂଚନା ମୁତାବକ ନବ ନିଯୁକ୍ତ ନିର୍ଦ୍ଦେଶକ ସଫେଇ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଦରମା କାଟୁଥିବା ନେଇ ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ତେଣୁ ସଫେଇ କର୍ମଚାରୀଙ୍କୁ ତୁରନ୍ତ ବଦଳି ସାଙ୍ଗକୁ ମାସିକ ୧୦ ହଜାର ଟଙ୍କା ଦାବି କରିବା ସହ କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି ସଫେଇ କର୍ମଚାରୀ ।

capital hospitalସେପଟେ ନିର୍ଦ୍ଦେଶକ କହିଛନ୍ତି ଆମର କର୍ମଚାରୀମାନଙ୍କ ସହ ଆଲୋଚନା ଜାରି ରହିଛି । ହସ୍ପିଟାଲ ପରିସରକୁ ଅଧିକ ସଫାସୁତୁରା ରଖିବା ପାଇଁ କର୍ମଚାରୀଙ୍କୁ ତାଗିଦ୍ କରାଯାଇଛି । ତେବେ ହସ୍ପିଟାଲରେ କାମ କରୁଥିବା ୧୩୦ ରୁ ଅଧିକ ସଫେଇ କର୍ମଚାରୀ ଆଉଟ୍ ସୋର୍ସିଂ ଅଧିନରେ ଏଠାରେ କାମ କରୁଛନ୍ତି । ତେବେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ସଫେଇ କର୍ମଚାରୀଙ୍କୁ କରୋନା ଟଙ୍କା ଦିଆଯିବା ନେଇ କାମ ଜାରି ରହିଛି ।

Leave A Reply

Your email address will not be published.