Below header

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବଢିଲା ରିହାଙ୍କ ମୁସ୍କିଲ, ବିହାରରେ ରିଆଙ୍କ ବିରୋଧରେ ମାମଲା ରୁଜୁ

ବଲିଉଡ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ତାଙ୍କ ପୂର୍ବତନ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ନାମରେ ବିହାର କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମୁଜ୍ଜାଫର୍ପୁରସ୍ଥିତ ପଠାଇର ଜଣେ ବାସିନ୍ଦା କୁନ୍ଦନ କୁମାର ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି। ରିଆ ସୁଶାନ୍ତଙ୍କୁ ଆର୍ଥିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ରିଆ ସୁଶାନ୍ତଙ୍କ ବିଷାଦଗ୍ରସ୍ତ ରହିବାର ଏକ ମୁଖ୍ୟ କାରଣ ଥିଲେ। ରିଆ ନିଜର ସ୍ବାର୍ଥ ହାସଲ ପରେ ସୁଶାନ୍ତଙ୍କ ସହ ଧୋକା କରି ତାଙ୍କୁ ଏକା ଛାଡ଼ି ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି କୁନ୍ଦନ କୁମାର ।

66

ଉଲ୍ଳେଖଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମୁମ୍ବାଇ ପୁଲିସ୍ ତାଙ୍କ ସହ ଜଡ଼ିତ ଅନେକ ଲୋକଙ୍କୁ ଜେରା କରି ସାରିଲାଣି। ନିକଟ ଅତୀତରେ ରିଆ ଚକ୍ରବର୍ତ୍ତୀଙ୍କୁ ବି ଜେରା କରିଥିଲା ପୁଲିସ୍। ରିହାଙ୍କୁ ଦୀର୍ଘ ୧୧ ଘଣ୍ଟା ଧରି ପୁଲିସ୍ ଜେରା କରିଥିବା ଜାଣିବାକୁ ମିଳିଥିଲା। ଏଥିପାଇଁ ପ୍ରାୟ ୧୩ ଜଣଙ୍କ ବୟାନ ରେକର୍ଡ କରାସରିଲାଣି।  ଆଇପିସି ଧାରା ୩୦୬ ଏବଂ ୪୨୦ ଅନୁଯାୟୀ ରିଆଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି।

rehga

ପୁଲିସ୍ ଜେରାରେ ରିଆ ଅନେକ ସତ ସ୍ବୀକାର କରିଛନ୍ତି। ସେ ସ୍ବୀକାର କରିଛନ୍ତି ଯେ, ସୁଶାନ୍ତଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା ଓ ଲକ୍ଡାଉନ୍ ସମୟରେ ସେମାନେ ସାଥୀ ହୋଇ ଗୋଟାଏ ଆପାର୍ଟମେଣ୍ଟରେ ରହୁଥିଲେ। ଗୋଟାଏ ରାତିରେ ଝଗଡ଼ା ପରେ ରିଆ ସୁଶାନ୍ତଙ୍କ ଆପାର୍ଟମେଣ୍ଟ୍ ଛାଡ଼ି ପଳାଇ ଆସିଥିଲେ। ତାପରେ କିନ୍ତୁ ଦୁହିଁଙ୍କ ଭିତରେ ଫୋନ୍ ଓ ମେସେଜରେ କଥାବାର୍ତ୍ତା ହୋଇଥିଲା ବୋଲି ରିଆ ପୋଲିସକୁ କହିଥିଲେ।

sushanta

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତ ପୂର୍ବରୁ ବାନ୍ଦ୍ରାର କୈପରୀ ହାଇଟସରେ ରହୁଥିଲେ। ଅଙ୍କିତା ଲୋଖଣ୍ଡେଙ୍କ ଠାରୁ ଅଲଗା ହେବା ପରେ ସୁଶାନ୍ତ ସେ ଆପାର୍ଟମେଣ୍ଟକୁ ଚାଲିଯାଇଥିଲେ। ସେଥିରେ ତିନିଟି ବଡ଼ ବେଡରୁମ୍ ଓ ଏକ ହଲ୍ ଥିଲା। ଏହି ଘରର ଭଡ଼ା ମାସକୁ ସାଢ଼େ ୪ ଲକ୍ଷ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.