ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ କୁହୁଳୁଛି ଆନ୍ଦୋଳନର ନିଆଁ, ଇଡ୍‌କୋର ମନମାନୀ ଯୋଗୁଁ ବିସ୍ଥାପିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଯାଜପୁର(କେନ୍ୟୁଜ୍): ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଉ ଏକ ଆନ୍ଦୋଳନର ନିଆଁ କୁହୁଳୁଛି । ଇଡ୍‌କୋର ମନମାନୀ ଯୋଗୁଁ ବିସ୍ଥାପିତଙ୍କ ମଧ୍ୟରେ ତେଜୁଛି ତୀବ୍ର ଅସନ୍ତୋଷ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ବିଭିନ୍ନ କାରଖାନା ଦ୍ଵାରା ୧୨ଟି ଗ୍ରାମର ବିସ୍ଥାପିତ ପରିବାର ଦାନଗଦିଠାରେ ଇଡକୋ ଦ୍ଵାରା ନିର୍ମିତ ହୋଇଥିବା ତ୍ରିଜଙ୍ଗା ପୁର୍ନଃବାସ କଲୋନୀରେ ଗତ ୧୯୯୪ ମସିହାରୁ ବସବାସ କରୁଛନ୍ତି ।

ଅଭିଯୋଗ ହୋଇଛି, ୧୯୯୫ ମସିହା ପରଠୁ କଲୋନୀରେ କୌଣସି ରକ୍ଷଣାବେକ୍ଷଣ କାର୍ଯ୍ୟ କରିନାହିଁ ଇଡକୋ । ବାରମ୍ବାର ଇଡକୋ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ୯ ଦଫା ଦାବି ପୂରଣ ନହେଲେ ୧୭ତାରିଖରୁ ବିରାଟ ଆନ୍ଦୋଳନ ସହ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ବନ୍ଦ କରିଦିଆଯିବ ବୋଲି ବିସ୍ଥାପିତ ଉନ୍ନୟନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.