ଏ ଗାଈ କାହାର? ଦୁଇ ମାଲିକଙ୍କ ଭିତରେ ଟଣା ଓଟରା, ଅଡୁଆରେ ଧଉଳି ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ): ଗାଈକୁ ନେଇ ବିବାଦ। ଗାଈ କାହାର । ଘଟଣାକୁ ନେଇ ଅଡୁଆରେ ଧଉଳି ପୋଲିସ। ଗୋଟିଏ ଗାଈକୁ ନେଇ ଟଣା ଓଟରା। ଥାନାରେ ବନ୍ଧା ହୋଇଥିବା ଗାଈକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ। ଗାଈର ଅସଲି ମାଲିକ କିଏ? ନିଜ ନିଜ ଭିତରେ ସମସ୍ୟାର ସମାଧନ ନହେବାରୁ ଧଉଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ମାଲିକ।

ଅନ୍ୟପଟେ ପୋଲିସ ଏ ସମସ୍ୟାର ସମାଧାନ ନକରିପାରି ଗାଈକୁ ଥାନାରେ ବାନ୍ଧିକି ରଖିଛି। ୫ ଦିନ ପୂର୍ବରୁ ଗାଈଟି ହଜି ଯାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ରାସ୍ତାରେ ବୁଲୁଥିବା ଏକ ଗାଈକୁ ଦୁହେଁ ନିଜର ଗାଈ ବୋଲି ଦାବି କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଠି କରିଥିବା ଦୋଷ କିମ୍ବା ଅପରାଧ ପାଇଁ ଲୋକଙ୍କୁ ଥାନାରେ ଅଟକ ରଖାଯାଉଥିବାବେଳେ, ଏବେ ଏମିତି ପରିସ୍ଥିତି ହେଲାଣି ଯେଉଁଥି ପାଇଁ  ଗାଈକୁ ଥାନା ପରିସରରେ ଅଟକ ରଖାଯିବାକୁ ପଡୁଛି।