କଟକ ସବ ରେଜିଷ୍ଟ୍ରାର ଅଫିସରେ ନିଆଁଲାଗି ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ୩ ଆହତ

କଟକ (କେନ୍ୟୁଜ): କଟକ ସବ ରେଜିଷ୍ଟ୍ରାର ଅଫସିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ୨ଟି ସିଲିଣ୍ଡର ଫାଟିଥିବା ସୂଚନା ରହିଛି । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଆସବାବପତ୍ର । ଏହି ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତିବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡ ଏତେ ବ୍ୟାପକ ଅଛି ଯେ ୨ ଟି ଦମକଳ ବର୍ତ୍ତମାନ ଯାଏଁ ନିଆଁକୁ ଆୟତ୍ତ କରିପାରିନାହାନ୍ତି ।

ସରକାରୀ ଜମିଜମା ସମ୍ପୃକ୍ତ କାମ ଏଠାରେ ହେଉଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡ଼ିଯାଇଛି । ନିକଟରେ ହାଇକୋର୍ଟ ଥିବାରୁ ଅଫିସ ସମୟରେ ଗହଳି ଭିତରରେ ନିଆଁକୁ ଆୟତ୍ତ କରିବାକୁ ଚିନ୍ତା ସୃଷ୍ଟି ହୋଇଛି । ତେବେ କେଉଁ କାରଣରୁ ଏପରି ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.