ଅଣ୍ଡର-୧୯ ମହିଳା ଟିମ୍କୁ ନତମସ୍ତକ ହୋଇ ସମ୍ମାନ ଜଣାଇଲେ ଅଲିମ୍ପିକ ବିଜେତା ନୀରଜ ଚୋପ୍ରା, ଭିଡିଓ ଭାଇରଲ
ପ୍ରଥମଥର ପାଇଁ ଖେଳାଯାଇଥିବା ମହିଳା ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ହାସଲ କରିଛି ଭାରତ । ଦକ୍ଷିଣ ଆଫ୍ରିକାର ପୋଚଫଷ୍ଟୁମରେ ଖେଳାଯାଉଥିବା ମ୍ୟାଚକୁ ୭ ଓ୍ଵିକେଟରେ ଜିତିନେଇଥିଲେ ମହିଳା ଦଳ । ମ୍ୟାଚ ଜିତିବା ପରେ ଖେଳାଳି ମଇଦାନର ଜବରଦସ୍ତ ସେଲିବ୍ରେସନ କରିଥିଲେ । ଆଉ ଏହି ସମୟରେ ମ୍ୟାଚ୍ ଦେଖିବାକୁ ଆସିଥିବା ଅଲିମ୍ପିକ ଚାମ୍ପିଅନ ନୀରଜ ଚୋପ୍ରା ମଇଦାନରେ ପହଞ୍ଚିି ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଥିଲେ । ଯାହାର ଭିଡିଓ ଆଇସିସି ଇନଷ୍ଟାଗ୍ରାମରେ ସେୟାର କରିଛି ।
ପ୍ରଥମ ସଂସ୍କରଣ ବିଶ୍ବକପ୍ ଜିତି ମହିଳା କ୍ରିକେଟ୍ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି। ଶେଫାଳୀ ବର୍ମାଙ୍କ ଟିମ୍ ଇଂଲଣ୍ଡକୁ ଫାଇନାଲରେ ହରାଇ ବିଶ୍ବକପ୍ ଜିତିଥିବାରୁ ଏବେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ନୀରଜ ଭାରତୀୟ କ୍ରିକେଟ ଦଳର ଟି-ସାର୍ଟରେ ଆସି ଖେଳାଳିଙ୍କ ସହ ଆଲୋଚନା କରି ଉତ୍ସାହିତ କରିଥିଲେ। ଆଉ ଫାଇନାଲ୍ରେ ଟିମ୍ ଇଂଲଣ୍ଡକୁ ମାତ୍ ଦେଇଥିଲା ନୀରଜ ଏତେ ଖୁସି ହୋଇଯାଇଥିଲେ ଯେ ନତ ମସ୍ତକ ହୋଇ ଭାରତୀୟ ଯୁବା ଦଳକୁ ସଲାମ କରିଥିଲେ। ଏହି ଫଟୋ ଏବେ ଭାଇରଲ୍ ହୋଇଛି।
View this post on Instagram
ନୀରଜ ଚୋପ୍ରା ମ୍ୟାଚ୍ ଦେଖିବା ପୂର୍ବରୁ ଭାରତୀୟ ଡ୍ରେସିଂ ରୁମକୁ ଯାଇ ବିଜୟ ମନ୍ତ୍ର ଦେଇଥିଲେ । ବିସିସିଆଇ ମ୍ୟାଚ୍ ପୂର୍ବର ଭିଡିଓ ମଧ୍ୟ ସେୟାର କରିଥିଲା। କେବଳ ନୀରଜ ନୁହେଁ ଭାରତୀୟ ସିନିଅର ଟିମ୍ ମଧ୍ୟ ଅଣ୍ଡର-୧୯ ଟିମ୍କୁ ଶୁଭେଚ୍ଛା ଜଣାଇଥିଲା । ଏହାଛଡା ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଳି ବଜାଇ ଅଣ୍ଡର-୧୯ ମହିଳା ଟିମକୁ ପ୍ରଶଂଦା କରିଥିଲେ ।
ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ଓ୍ଵିକେଟରେ ହରାଇ ବିଶ୍ୱକପ ଜିତିନେଇଛି । ଇଂଲଣ୍ଡ ମାତ୍ର ୬୮ ରନ୍ ଅଲଆଉଟ ହୋଇଥିଲା । ଭାରତୀୟ ଟିମ୍ ୧୪ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା ।
ସୂଚନାଯୋଗ୍ୟ, ଅଣ୍ଡର-୧୯ ଟିମ୍ ବିଶ୍ୱକପ ଜିତିବା ପରେ ବିସିସିଆଇ ପକ୍ଷରୁ କୋଟି କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଜୟ ଶାହା ଟିମର ଖେଳାଳି ଏବଂ ସପୋର୍ଟ ଷ୍ଟାଫକୁ ୫ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।
View this post on Instagram
ବିଶ୍ୱକପ ଜିତିବା ପରେ ଟିମ୍ ‘କାଲା ଚଷମା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଭିଡିଓରେ ଖେଳାଳି କାଲା ଚଷମା ଗୀତର ବିଟ୍ରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଯାହାର ଭିଡିଓ ଆଇସିସି ଦ୍ୱାରା ସୋସିଆଲ ମିଡିଆରେ ସେୟାର ହୋଇଛି । ଏହି ଭିଡିଓକୁ ବେଶ୍ ପସନ୍ଦ କରାଯାଉଛି। ଏହି ଭିଡିଓକୁ ପାଖାପାଖି ୨.୫ ଲକ୍ଷ ଲୋକ ଲାଇକ୍ କରିସାରିଲେଣି । ଏହାକୁ ନେଇ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି ।