Below header

ପୁରୀ ନୂଆଗଡ଼ ଗାଁର ଡାଳଖାଇ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଚିକେନ୍‌ ରୋଷେଇକୁ ନେଇ ମହାଭାରତ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଦାବି

ପୁରୀ : ସ୍କୁଲରେ ଚିକେନ୍‌ ରୋଷେଇକୁ ନେଇ ମହାଭାରତ। ପୁରୀ ଅସ୍ତରଙ୍ଗ ବ୍ଲକ ନୂଆଗଡ଼ ଗାଁରେ ଥିବା ଡାଳଖାଇ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ସ୍କୁଲ ଅନୁଧ୍ୟାନ କରିବାକୁ ଆସିଥିଲେ, ଶିକ୍ଷା କମିଟି ସଦସ୍ୟ ଜଗନ୍ନାଥ ସେନାପତି। ଦେଖିଲେ ସ୍କୁଲ ରୋଷଶାଳାରେ ପିଲାଙ୍କ ହେଉଥିଲା ସୋୟାବିନ ବଡି ଆଳୁ ତରକାରୀ। ଆଉ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ହେଉଥିଲା ଚିକେନ ତରକାରୀ। ଏହାକୁ ନେଇ ଆପତ୍ତି ଉଠାଇଥିଲେ ଶିକ୍ଷା କମିଟି ସଦସ୍ୟ। ତାଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଯୁକ୍ତି ତର୍କ ହେଲା। ଗୋଟିଏ ରୁମ୍‌ରେ ରଖି କମିଟି ସଦସ୍ୟଙ୍କୁ ମାଡ ମାରିଥିଲେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ।

ଏ ଖବର ଜାଣିବା ପରେ ଗାଁ ଲୋକେ ସ୍କୁଲ ଆଗରେ ଏକାଠି ହୋଇଥିଲେ । ଖବର ପାଇ ପହଞ୍ଚିଥିଲେ ବ୍ଲକ ଶିକ୍ଷା ଅଧିକାରୀ ଓ ପୋଲିସ। ଜଗନ୍ନାଥ ସେନାପତିଙ୍କୁ ଉଦ୍ଧାର କରାଯାଇଥିଲା। ଶିକ୍ଷା କମିଟି ସଦସ୍ୟ ବାହାରକୁ ଆସି ମାଡ଼ କଥା କହିବା ପରେ ଉତ୍ୟକ୍ତ ହୋଇଥିଲେ ଗାଁ ଲୋକେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ସ୍କୁଲ ଭିତରକୁ ଧସେଇ ପସିଥିଲେ। ପ୍ରାଣ ବିକଳରେ ଦୌଡ଼ିଥିଲେ ଶିକ୍ଷକମାନେ। ସ୍କୁଲର ଏକ ରୁମ୍‌ରେ କବାଟ ଦେଇ ଲୁଚି ରହିଥିଲେ। ଗାଁ ଲୋକେ କିନ୍ତୁ ଧାରଣାରେ ବସି ରହିଥିଲେ। ସ୍କୁଲରୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଥିଲେ। ଶେଷରେ ବ୍ଲକ ଶିକ୍ଷାଧିକାରୀ ବଦଳି ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଥିଲେ ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.