Below header

ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: କୋହଲା ପାଗ ଶୀତ ସାଙ୍ଗକୁ ଅଦିନିଆ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, ସୁନ୍ଦରଗଡ, କଟକ, ଖୋର୍ଦ୍ଧା ଓ ସୋନପୁର ।

ଆସନ୍ତା ୫ଦିନ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ମନା କରାଯାଇଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପାଗୁ ମେଘୁଆ ରହିବ । ଏହାପରେ ଶୀତ ପୁଣି ବଢ଼ିବ। ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ସେଲିସୟସ ପର୍ଯ୍ୟନ୍ତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଅମଳକ୍ଷମ ଫସଲକୁ ସଂରକ୍ଷିତ କରିବା, ମଣ୍ଡି ବାହାରେ ପଡିଥିବା ଧାନକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ଆଶ୍ରୟସ୍ଥଳ,ସ୍କୁଲଘର ରାତିରେ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.