Below header

ଯାଜପୁର: ମାସ୍କ ପିନ୍ଧିବା ନିୟମକୁ ବେଖାତିର କରୁଛନ୍ତି ଲୋକେ, ପ୍ରଶାସନ ଆଦାୟ କଲା ଫାଇନ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ମହାମାରୀ କରୋନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ତଥାପି କିଛି ଲୋକ ଏହାକୁ ବେଖାତିର କରି ନିୟମକୁ ଉଲ୍ଲଂଘନ କରୁଛନ୍ତି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି । ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ୨ ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ଯାଜପୁର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ ଓ ଉପଜିଲ୍ଲାପାଳ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.