ଦିଲ୍ଲୀରେ ଅନୁଭୁତ ହେଲା ଭୂମିକମ୍ପ, ରିଚର ସ୍କେଲ୍‌ରେ ସାନ୍ଦ୍ରତା ୩.୫

ଆଜି ସଂଧ୍ୟା ୫ଟା ୪୫ରେ ଦିଲ୍ଲୀରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଭୂମିକମ୍ପର ସାନ୍ଦ୍ରତା ରିଚର ସ୍କେଲ୍‌ରେ ୩.୫ ଥିଲା ବୋଲି ଜଣାପଡ଼ିଛି ।

ଭୂମିକମ୍ପର କେନ୍ଦ୍ର ସ୍ଥଳି ଦିଲ୍ଲୀ ଉତ୍ତର ଓ ଉତ୍ତରପୂର୍ବ ଅଞ୍ଚଳ ଥିବା ବେଳେ ଦିଲ୍ଲୀର ଉତ୍ତର କେନ୍ଦ୍ରର ୮ କ.ମି. ଗଭୀରତାରେ ଏହା କେନ୍ଦ୍ରୀଭୁତ ହୋଇଥିଲା ବୋଲି ନେସ୍‌ନାଲ୍‌ ଡିଜାଷ୍ଟର ରେସ୍‌ପନ୍ସ ଫୋର୍ସର ଡିଜି ପ୍ରକାଶ କରିଛନ୍ତି ।

ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ତେବେ କ୍ଷୟକ୍ଷତି ସମ୍ପର୍କରେ କୈାଣସି ବିବରଣୀ ମିଳିନାହିଁ । ଭୂମିକମ୍ପ ଅନୁଭୁତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏକ ଟ୍ଵିଟ୍‌ ମାଧ୍ୟମରେ ସମସ୍ତେ ଭଲରେ ଥିବା ନେଇ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.