ଡିଜେ ଆଜେକ୍ସଙ୍କ ଡେଥ୍‌ ମିଷ୍ଟ୍ରି ଉପରୁ ହଟୁଛି ପରଦା: ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କ ସହ ୯୭ ସେକେଣ୍ଡ ହୋଇଥିଲେ କଥା

ବ୍ରେକ୍‌ଅପ୍‌ରୁ ସୁଇସାଇଡ୍‌ । ୧୮ ତାରିଖ ସନ୍ଧ୍ୟା ୬ଟା ୩୧ ମିନିଟରେ ଜିଜ୍ଞାସାଙ୍କ ପାଖକୁ ସିଡ୍ୟୁଲ୍‌ ଇ-ମେଲ୍‌ ପଠାଇଥିଲେ । ଏହାପରେ କରିଥିଲେ ଆତ୍ମହତ୍ୟା । ୨୦ ତାରିଖ ସନ୍ଧ୍ୟା ୬ଟା ୩୧ରେ ଜିଜ୍ଞାସାଙ୍କୁ ଇ-ମେଲ୍‌ ଡେଲିଭରୀ ହୋଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ବ୍ରେକ୍‌ଅପ୍‌ରୁ ସୁଇସାଇଡ୍‌ । ଡିଜେ ଆଜେକ୍ସଙ୍କ ଡେଥ୍‌ ମିଷ୍ଟ୍ରି ଉପରୁ ପରଦା ହଟୁଛି । ସାମ୍ନାକୁ ଆସିଲା ନୂଆ ତଥ୍ୟ । ଆତ୍ମହତ୍ୟା ପୂର୍ବରୁ ଶେଷ ଥର ଜିଜ୍ଞାସାଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ତାପୂର୍ବରୁ ୧୮ ତାରିଖ ସନ୍ଧ୍ୟା ୬ଟା ୩୧ ମିନିଟରେ ଜିଜ୍ଞାସାଙ୍କ ପାଖକୁ ସିଡ୍ୟୁଲ୍‌ ଇ-ମେଲ୍‌ ପଠାଇଥିଲେ । ଏହାପରେ କରିଥିଲେ ଆତ୍ମହତ୍ୟା । ୨୦ ତାରିଖ ସନ୍ଧ୍ୟା ୬ଟା ୩୧ରେ ଜିଜ୍ଞାସାଙ୍କୁ ଇ-ମେଲ୍‌ ଡେଲିଭରୀ ହୋଇଥିଲା । ଇ-ମେଲ୍‌ ପାଇବା ପରେ ସେ ପୋଲିସକୁ କିଛି ସୂଚନା ଦେଇ ନଥିଲେ ।

୧୭ ତାରିଖ ଦିନ ଭାବବିହ୍ଵଳ ଅଡ଼ିଓ ଏବଂ ଭିଡିଓ ରେକର୍ଡିଂ ବି ପଠାଇଥିଲେ ଆଜେକ୍ସ । ଆଜି ଭୁବନେଶ୍ୱର ଖାରବେଳନଗର ଥାନାରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ୍‌ ପହଞ୍ଚି ଯାଞ୍ଚ କରୁଛନ୍ତି । ଆଜେକ୍ସ ଓ ଜିଜ୍ଞାସାଙ୍କ ମୋବାଇଲ ଫୋନ ସହ ଇ-ମେଲକୁ ଯାଞ୍ଚ କରୁଛି ଟିମ୍‌ । ଡିଲିଟ ହୋଇଥିବା ମେସେଜ ଓ ଚାଟ୍‌କୁ ରିଟ୍ରାଇଭ ପାଇଁ ଉଦ୍ୟମ ଚାଲିଛି । ଡିଜେ ଆଜେକ୍ସଙ୍କ ଘରକୁ ଯିବ ସାଇବର ଥାନା ପୋଲିସ। ଆଜେକ୍ସ ବ୍ୟବହାର କରୁଥିବା ଲାପଟପ୍‌ ଓ ସିଷ୍ଟମ୍‌କୁ ଚେକ୍‌ କରିବ। ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ଆଜେକ୍ସ-ଜିଜ୍ଞାସାଙ୍କ ଭିତରେ ଝଗଡ଼ା ହୋଇଥିଲା । ଏଥିପାଇଁ ଦୂରେଇ ଯାଇଥିଲେ ଜିଜ୍ଞାସା । ସଂପୃକ୍ତ ଯୁବତୀଙ୍କୁ ଆଜି ପଚରାଉଚରା କରିବ ଖାରବେଳନଗର ଥାନା ପୋଲିସ । ସେଦିନ କନଫରେନ୍ସ କଲରେ ସେମାନେ କଣ କଥା ହୋଇଥିଲେ ? କଣ କହିଥିଲେ ଆଜେକ୍ସ ? ଜିଜ୍ଞାସା-ଆଜେକ୍ସଙ୍କ ଭିତରେ ସେଦିନ କନଫରେନ୍ସ କଲ୍‌ରେ ଝଗଡ଼ା ହୋଇଥିଲା କି ? ଏମିତି କିଛି ଆତ୍ମାକୁ ବାଧିବା ଭଳି କଥା କହିଥିଲେ କି ଜିଜ୍ଞାସା ? ଏଦିଗରେ ସଂପୃକ୍ତ ଯୁବତୀଙ୍କୁ ପଚରାଉଚରା କରିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.