୫ ଗୁଣା ବଢ଼ିବ Moderna ଭ୍ୟାକ୍ସିନ୍‌ର ଦାମ୍‌! ଗୋଟିଏ ଡୋଜ୍‌କୁ ଲାଗିବ ୧୧ ହଜାର ଟଙ୍କା

କୋଭିଡ୍‌ ଟିକାର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ‘ମୋଡର୍ନା’। ବର୍ତ୍ତମାନ ପର୍ଯ୍ୟନ୍ତ ମୋଡର୍ନା ନିଜ କୋଭିଡ୍ ଟିକାର ଗୋଟିଏ ଡୋଜ ପିଛା ୧୫ରୁ ୨୬ ଡଲାର୍ ଚାର୍ଜ କରୁଛି।

କୋଭିଡ୍‌ ଟିକାର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ‘ମୋଡର୍ନା’। ବର୍ତ୍ତମାନ ପର୍ଯ୍ୟନ୍ତ ମୋଡର୍ନା ନିଜ କୋଭିଡ୍ ଟିକାର ଗୋଟିଏ ଡୋଜ ପିଛା ପ୍ରାୟ ୧୫ରୁ ୨୬ ଡଲାର୍ ଚାର୍ଜ କରୁଛି। କିନ୍ତୁ ଆଗକୁ ଏହାର ମୂଲ୍ୟ ବୃଦ୍ଧି ଏବଂ ପ୍ରତି ଡୋଜ ପିଛା ୧୩୦ ଡଲାର (୧୦,୭୧୭.୫୯ ଭାରତୀୟ ମୁଦ୍ରା) ପର୍ଯ୍ୟନ୍ତ ଚାର୍ଜ କରିବାକୁ ଯୋଜନା କରିଛି କମ୍ପାନୀ।

ସେପଟେ ଏହି ସମ୍ଭାବ୍ୟ ମୂଲ୍ୟ ବୃଦ୍ଧି ଉପରେ ଖୁବ୍‌ ବର୍ଷିଛନ୍ତି ଡେମୋକ୍ରାଟିକ୍ ସିନେଟର ବର୍ନି ସାଣ୍ଡର୍ସ। ସେ ଏହାକୁ ଔଷଧ ଉଦ୍ଦ୍ୟୋଗରେ ‘କର୍ପୋରେଟ୍ ଲୋଭର ଅଦ୍ଭୁତପୂର୍ବ ସ୍ତର’ ରୂପେ ବର୍ଣ୍ଣନା କରିଛନ୍ତି।

ମୋଡର୍ନାର ସିଇଓ ଷ୍ଟିଫନ୍ ବାନସେଲ କହିଛନ୍ତି ଯେ ଯେତେବେଳେ ଆମେରିକା ସରକାର ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତିକୁ ହଟାଇଦେବେ, ସେତେବେଳେ ବିତରଣ ପ୍ରଣାଳୀ ସମ୍ପୂର୍ଣ୍ଣ ବଦଳିଯିବ, ଯାହାକି ମେ’ରେ ହୋଇପାରେ।

ସିଇଓ ବାନସେଲ୍‌ଙ୍କ ମୁତାବକ, ଯେତେବେଳେ ଶଟ୍‌ସ ଘରୋଇ କ୍ଷେତ୍ରକୁ ଯିବ, ସେତେବେଳେ ସରକାରୀ କ୍ରୟରେ ବ୍ୟବସାୟରେ ବଡ଼ ଧରଣର ଲାଭ ହେବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମୋଡର୍ନା ପାଖରେ ନିଜର କୋଭିଡ୍‌-୧୯ ଟିକା ପାଇଁ ସରକାରଙ୍କ ରୂପରେ କେବଳ ଜଣେ ହିଁ ଗ୍ରାହକ ରହିଥିଲେ।

ବାନସେଲ କହିଛନ୍ତି କି, ଅଧିକ ପାରମ୍ପରିକ ମାର୍କେଟିଂ ପ୍ରଣାଳୀକୁ ପରିବର୍ତ୍ତନ କରିବା ପରେ ଟିକା ନିର୍ମାତାଙ୍କର ୧୦,୦୦୦ ଗ୍ରାହକ ହୋଇଯିବେ ଏବଂ ଏହାକୁ ୬୦,୦୦୦ ଫାର୍ମାସି, ଡାକ୍ତରଙ୍କ କାର୍ଯ୍ୟାଳୟ ଓ ହସ୍ପିଟାଲକୁ ବଣ୍ଟନ କରିବାର ବ୍ୟବସ୍ଥା କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.