Below header

ରାଜଧାନୀରେ ହୃଦୟହୀନ କାର ଚାଳକ, ଦୁଇ କୁକୁର ଛୁଆଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି, ରାସ୍ତା ଉପରେ ଛଟପଟ ହୋଇ ମରିଗଲେ କୁକୁର ଛୁଆ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଆଇଆରସି ଭିଲେଜରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦୁଇ କୁକୁର ଛୁଆଙ୍କ ଉପରେ ଏକ ଅଜଣା ଗାଡ଼ି ଚଢ଼ାଇ ମାରିଦେଲା । ରାସ୍ତା ଉପରେ କିଛି ସମୟ ଛଟପଟ ହେବାପରେ କୁକୁର ଦୁଇଟି ମରି ଯାଇଥିଲେ । ଗାଡ଼ି ଚାଳକ ଚଢ଼ାଇବା ପରେ ସେହି ସ୍ଥାନରୁ ପଳାଇ ଯାଇଥିଲା । ଏହାପରେ ଅନ୍ୟ କୁକୁର ମାନେ ଅନେକ ସମୟ ଧରି ଜଗି ରହିଥିଲେ । ମନଦୁଃଖରେ ଭାଙ୍ଗି ପଡିଥିଲେ ଅନ୍ୟ କୁକୁରମାନେ । ଯିବା ଆସିବା ଲୋକଙ୍କୁ ଦେଖୁଥିଲେ । ମଣିଷର ମାନବିକତା ହଜି ଯାଇଥିବା ବେଳେ ଏମାନେ କୁକୁର ମୃତଦେହ ପାଖରେ ବସିରହିଥିଲେ । ରାସ୍ତା ଉପରେ କୁକୁର ଚାଲବୁଲ କରୁଥିବା ବେଳେ ବେଫିକର ଭାବେ ଗାଡି ଚଲାଉଛନ୍ତି ଚାଳକ । ସକାଳୁ ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ବହୁ ସଂଖ୍ୟାରେ କୁକୁର ଓ ଛୁଆ ମରିପଡୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ହେଲେ କାହାର ମଧ୍ୟ ଫରକ ପଡୁନି । ପୁର୍ବରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଓଲା ଗାଡି କୁକୁରଛୁଆଙ୍କ ଉପରେ ଗାଡି ଚଢ଼ାଇ ଜେଲ ଯାଇଥିଲେ ଡ୍ରାଇଭର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.