Below header

ଡୋନାଲ୍ଡ ଟ୍ରମ୍ପଙ୍କ ଡିନର ପାର୍ଟୀରେ ପହଁଚିଲା ବିନ୍‌ ବୁଲାୟା ମେହମାନ୍‌, ତାପରେ ଏମିତି କଲା ଧମାଲ ଦେଖନ୍ତୁ ଭିଡିଓ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନରେ ମଙ୍ଗଳବାର ଦିନ ରାତ୍ରିଭୋଜନର ଆୟୋଜନ କରାଯାଇଥିଲା। ଅତିଥିମାନେ ରାଷ୍ଟ୍ରପତିଙ୍କୁ ଦୁଇ ଦିବସୀୟ ଭାରତ ଯାତ୍ରାର ଅନ୍ତିମ ସମାରୋହ ପାଇଁ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣକୁ ଭବ୍ୟ ରୂପରେ ସଜାଇଥିଲେ। ଯେତେବେଳେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିୟା ଭୋଜନ ପାଇଁ ରାଷ୍ଟ୍ରପତି ଭବନରେ ପହଁଚିଥିଲେ ସେତେବେଳେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

dinnerରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ରାତ୍ରିଭୋଜନରେ ଦେଶର ଅନେକ ବଡ ବଡ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ଏକ ମାଙ୍କଡ ମଧ୍ୟ ସେଠାରେ ନଜର ଆସିଥିଲା, ଆଉ ସେ ରାଷ୍ଟ୍ରପତି ଭବନରେ ଥିବା ଫୁଲ କୁଣ୍ଡରୁ ଫୁଲ ଏବଂ ପତ୍ର ତୋଳି ଖାଉଥିଲା। ଏହି ଦ୍ରୁଷ୍ୟକୁ ଲୋକପ୍ରିୟ ସିଙ୍ଗର ଏଆର ରେହମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 

View this post on Instagram

 

Meanwhile our little friend was having dinner too!

A post shared by @ arrahman on


ଏଆର ରେହମାନ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଆମର ସାନ ଅତିଥି ମଧ୍ୟ ରାଷ୍ଟ୍ରପତି ଭବନରେ ଡିନର କରୁଛନ୍ତି।’ ରେହମାନ ଏହି ଭିଡିଓକୁ ସେୟାର କରିବା ସହିତ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରି ଭୋଜନର କିଛି ଫଟୋ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଆର ରେହମାନ ସେୟାର କରିଥିବା ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି ଏବଂ ଭିଡିଓଟି ଖୁବ୍‌ ଭାରାଲ ମଧ୍ୟ ହେଉଛି।

 

View this post on Instagram

 

A post shared by @arrahman on


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟ୍ରମ୍ପଙ୍କ ସମ୍ମାନରେ ରାଜକୀୟ ରାତ୍ରିଭୋଜନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ, ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାୟଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କର ଅନେକ ମନ୍ତ୍ରୀମଣ୍ଡଳୀୟ ସହଯୋଗୀଙ୍କ ସହିତ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ (ଆସାମ), ମନୋହର ଲାଲ ଖଟ୍ଟର (ହରିୟାଣା), ବି ଏସ ୟେଦରୁପ୍ପା (କର୍ଣ୍ଣାଟକ) ଏବଂ କେ ଚନ୍ଦ୍ରଶେଖର ରାଓ (ତେଲେଙ୍ଗାନା) ଏବଂ ଅନ୍ୟ ନେତା ମଧ୍ୟ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.