ଜାପାନ କରୋନା ଜାହାଜରୁ ଉଦ୍ଧାର ପାଇଲେ ଇଞ୍ଜିନିୟର ଶିବାଶିଷ ନାୟକ, ଆଜି ରାତିରେ ପହଞ୍ଚିବେ ଭାରତରେ

କେନ୍ୟୁଜ୍(ବ୍ୟୁରୋ): ଜାପାନରେ କରୋନା ଜାହାଜରେ ଫସି ରହିଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ଉଦ୍ଧାର । ୟୋକୋହୋମା ବନ୍ଦରରେ ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ସେ ଫସି ରହିଥିଲେ । ଉଦ୍ଧାର ପାଇଁ ଆକୁଳ କେନ୍ଦ୍ର ସରକାରଙ୍କୁ ନିବେଦନ ପରେ ଇଂଜିନିୟର ଶିବାଶିଷଙ୍କୁ ଜାହାଜରୁ ବାହାରକୁ ଅଣାଯାଇ ବିମାନ ବନ୍ଦରରେ ରଖାଯାଇଥିବା ବେଳେ, ରାତିରେ ସେ ଭାରତରେ ପହଞ୍ଚିବେ ।

CORONA-1

ଶିବାଶିଷ ଗୁରୁଗାଁର ଏକ କମ୍ପାନୀରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଭାବରେ କାମ କରୁଥିଲେ । କିଛି ସହଯୋଗୀଙ୍କ ସହ ସେ କମ୍ପାନୀ କାମରେ ଜାନୁଆରୀ ୧୦ ତାରିଖରେ ଯାଇଥିଲେ ମାଲେସିଆ । ଫେବ୍ରୁଆରୀ ୬ ତାରିଖରେ ଶିବାଶିଷ ଫେରିବାର ଥିଲା । କିନ୍ତୁ ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ ଜଣେ ଯାତ୍ରୀ କରୋନା ଭାଇରସ ସଂକ୍ରମିତ ହେବା ପରେ ୟୋକୋହାମା ବନ୍ଦରରେ ଅଟକିଥିଲା ପ୍ରିନସେସ୍‌ ଡାଇମଣ୍ଡ । ଭିତରେ ଥିଲେ ୩ ହଜାର ୭ଶହ କ୍ରିଉ ମେମ୍ବର ଓ ଯାତ୍ରୀ । କରୋନା ଭୟରେ ୧୪୨ ଭାରତୀୟଙ୍କ ସହ ସେ ମଧ୍ୟ ଜାହାଜରେ ଫସି ରହିଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଶିବାଶିଷ ଓ ପରିବାର ଲୋକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପରିବାର ଲୋକ ଖୁସି ପ୍ରକାଶ କରିଛନ୍ତି । ଏନେଇ ପରିବାର ଲୋକ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.