ମୋ ପୋଷା କୁକୁରକୁ ବୁଲା କୁକୁର କାମୁଡି ଦେଲା, ତାକୁ ଗୁଳି କରି ମାରିଦିଅ ପୋଲିସ ବାବୁ……

ବାରିପଦା(କେନ୍ୟୁଜ) : ନିଜ ପୋଷା କୁକୁରକୁ କାମୁଡି ଝୁଣି ଦେଲା ବାହାରର ବୁଲା କୁକୁର। ଆଇନ୍ ହାତକୁ ନନେଇ କିଛି ଏମିତି ନିଜ ଦୁଃଖ ଜଣାଇଲେ ମାଲିକ । ଘରେ ରଖି ପାଳୁଥିବା କୁକୁର ଛୁଆକୁ ବୁଲା କୁକୁର ଆକ୍ରମଣ କରି ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ । ଅଭିଯୋଗରେ ଲେଖିଲେ, ତୁରନ୍ତ ବୁଲା କୁକୁରକୁ ଠାବ କରି ଗୁଳି କରି ମାରିଦିଅ । ମୋ କୁକୁରକୁ ନ୍ୟାୟ ଦିଅ । ଜଣେ ମାଲିକର ଏଭଳି ନ୍ୟାୟ ଭିକ୍ଷା ଦେଖି ଏବେ ସବୁଠି ଚର୍ଚ୍ଚା।

ମୟୁରଭଞ୍ଜ ଜିଲ୍ଲା ଶୁଲିଆପଦା ଥାନା ଅଧୀନସ୍ଥ କୋଷ୍ଠା ଗ୍ରାମର ସନ୍ଧାନ ଦତ୍ତଙ୍କ ଘର । ଡାକରେ ନିଜ ଏତଲା, ଶୁଲିଆପଦା ଥାନାକୁ ପଠାଇଛନ୍ତି ସନ୍ଧାନ ଦତ୍ତ। ଗତ ୨୭ ତାରିଖ ଦିନ ତାଙ୍କର କୁକୁର ଘରେ ବନ୍ଧା ହୋଇଥିବା ବେଳେ ଗୋଟେ କାଳିଆ ରଙ୍ଗର ବୁଲା କୁକୁର ପାଚେରୀ ଡେଇଁ ଆସି ତାଙ୍କର ପାଳିତ କୁକୁରକୁ ଆକ୍ରମଣ କରିଥିଲା । କ୍ଷତାକ୍ତ ଅବସ୍ଥାରେ ସନ୍ଧାନ ନିଜ କୁକୁର ଟିକୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କୁକୁରର ମୃତ୍ୟୁ ହୋଇଥିବା ସେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି।

ଡାକ ଯୋଗେ ଆଜି ଏଭଳି ଏତଲା ପାଇ ପୋଲିସର ହୋସ ଗୁଡୁମ ହୋଇଯାଇଛି । ଆପଣ ଏହି ମାଲିକ ଙ୍କ ଅଭିଯୋଗ ଦେଖି କଣ ଚିନ୍ତା କରୁଛନ୍ତି ଆମକୁ ଲେଖି ଜାଣତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.