ଯାଜପୁର : ବାଇକ୍ ଦୁର୍ଘଟଣାରେ ଆୟୁଷ ଡାକ୍ତର ମୃତ
ଯାଜପୁର ଟାଉନ(କେନ୍ୟୁଜ) : ବାଇକ୍ ଦୁର୍ଘଟଣାରେ ଆଜି ଜଣେ ଆୟୁଷ ଡାକ୍ତରଙ୍କ ପରଲୋକ ହୋଇଯାଇଛି । ଯାଜପୁର ସଦର ଥାନା କୁଜାଲା ନିକଟରେ ଘଟିଛି ବାଇକ ଦୁର୍ଘଟଣା । ମୃତ ଡାକ୍ତର ହେଲେ ବରି ଅରଙ୍ଗାବାଦ ଗ୍ରାମର ରାଜେନ୍ଦ୍ର ପଣ୍ଡା ।
ବ୍ୟାସନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ହୋଇଥିଲା ଦୁର୍ଘଟଣା । ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।