କୋଭିଡରୁ ଭଲ ହୋଇ ଫେରିଥିଲେ କେଉଁ ଫଳ ଖାଇବା ଉଚିତ୍, ଖୁବ୍ ଶୀଘ୍ର ହେବେ ସୁସ୍ଥ
କୋଭିଡ ମହାମାରୀରୁ ଭଲ ହେବା ପରେ ଲୋକେ ଅଧିକ ଦୁର୍ବଳ ହୋଇପଡ଼ିଥାନ୍ତି । ଶରୀରର ଇମ୍ୟୁନିଟି କ୍ଷମତା କମିଯିବା ସହ ବିଭିନ୍ନ ସାଇଡ ଇଫେକ୍ଟ ମଧ୍ୟ ଦେଖାଦେଇଥାଏ । ଏଥିରୁ ଶୀଘ୍ର ମୁକୁଳିବା ସହ ଶରୀରକୁ ପୁଣି ଥରେ ପୂର୍ବ ଭଳି ସୁସ୍ଥ କରିବା ପାଇଁ କେଉଁ ଖାଦ୍ୟ ସବୁଠୁ ଉପକାରୀ ହେବ ଆସନ୍ତୁ ଜାଣିବା । ଗବେଷକଙ୍କ ମତରେ ଏମିତି କିଛି ଫଳ ଖାଆନ୍ତୁ ଯାହା ଆପଣଙ୍କ ଇମ୍ୟୁନିଟି କ୍ଷମତା ବଢ଼ାଇବା ସହ ଆପଣଙ୍କୁ ଶୀଘ୍ର ସୁସ୍ଥ କରିବ ।
୧. କମଳା ଲେମ୍ବୁ : କମଳାରେ ପ୍ରଚୁର ମାତ୍ରରେ ଭିଟାମିନ ସି ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀର ଶୀଘ୍ର ସୁସ୍ଥ ହୋଇଥାଏ ।
୨. ବ୍ଲୁ ବେରୀ : ବ୍ଲୁ ବେରୀ ଯଦିଓ ବଜାରରେ ସହଜରେ ମିଳେନି । ତେବେ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଛି । ଏହାକୁ ବ୍ରେକଫଷ୍ଟ ସହ ଖାଇଲେ ଏହା ବହୁତ ଲାଭକାରୀ ହୋଇଥାଏ । ବ୍ଲ ବେରୀରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ପ୍ରପଟି ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଦୃଢ଼ କରିଥାଏ ।
୩. ମୌସୁମୀ : ମୌସୁମୀ ମଧ୍ୟ ଭିଟାମିନ ସିରେ ଭରପୁର । ଆମେ ଯେତେବେଳେ ଜର, ଥଣ୍ଡା ଓ କଫରେ ପିଡିତ ଥାଉ ସମସ୍ତେ ମୌସୁମୀ ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ଏଥିରେ ଥିବା ଭିଟାମିନ ଆମ ଦୁର୍ବଳତା ବିରୋଧରେ ଲଢ଼ିଥାଏ । ତେଣୁ କୋଭିଡ ପରେ ଶରୀର ଅଧିକ ଦୁର୍ବଳ ହୋଇଥବାରୁ ମୌସୁମୀ ବହୁତ ଲାଭକାରୀ ହୋଇଥାଏ ।
୪. ସେଓ : କୁହାଯାଏ ଦିନକୁ ଗୋଟିଏ ସେଓ ଖାଇବା ଦ୍ୱାରା ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିନଥାଏ । ଏଥିରେ ଗ୍ଲୁକୋଜ ଓ ଭଲ କାର୍ବୋହାଇଡ୍ରେଟ୍ ଥିବାରୁ ଏହା ଆମ ଶରୀରର ଇମ୍ୟୁନିଟି କ୍ଷମତାକୁ ବଢ଼ାଇଥାଏ । ଏଥିସହ ଶରୀରକୁ ଠିକ୍ ଆଣ୍ଟି ଅକ୍ସିଡାଣ୍ଟ ଯୋଗାଇ ଥାଏ ।
୫. ନାସପାତି : ନାସପାତିରେ ମଧ୍ୟ ଭଲ ପରିମାଣର ଭିଟାମିନ ସି ରହିଥାଏ । ଏହାକୁ ଚୋପା ସହ ଖାଇଲେ ଏହା ଅଧିକ ଖାଦ୍ୟ ଲାଭକାରୀ ହୋଇଥାଏ । ନାସପାତିରେ ପ୍ରଚୁର ପରିମାଣର ଭିଟାମିନ ରହିଥାଏ ।