ସାବସ୍ ‘ଟମି’ : ସାପ କବଳରୁ ମାଲିକ ଜୀବନ ବଞ୍ଚାଇଦେଲା ପୋଷା କୁକୁର

ନିଜ ଜୀବନକୁ ଖାତିର ନକରି ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଘର ଦୁଆରେ ବାଟ ଓଗାଳି ବସିଲା ‘ଟମି’। ଦୀର୍ଘ ସମୟ ଏମିତି ଉଭୟଙ୍କ ମଧ୍ୟରେ ଲଢେ଼ଇ ଚାଲିଥାଏ । ବିଷ ଧର ସାପ ଘର ଭିତରକୁକୁ ଯେତେ ଚେଷ୍ଟା କରୁଥାଏ କୁକୁର ସେତିକି ସଂଘର୍ଷ ଜାରି ରଖିଥାଏ।

ମାଲକାନଗିରି(କେନ୍ୟୁଜ୍): ବିଷ ଧର ସାପ ସହ କୁକୁର ମଧ୍ୟରେ ଲଢେ଼ଇ। ପୁଣି ନିଜ ମାଲିକର ବିଶ୍ଵସ୍ତ ସାଜିଲା ପୋଷା କୁକୁର। ବିଷ ଧର ସାପକୁ ଘରେ ପୁରାଇ ଦେଲାନି ପୋଷା କୁକୁର। ନିଜ ଜୀବନକୁ ଖାତିର ନକରି ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଘର ଦୁଆରେ ବାଟ ଓଗାଳି ବସିଲା ‘ଟମି’। ଦୀର୍ଘ ସମୟ ଏମିତି ଉଭୟଙ୍କ ମଧ୍ୟରେ ଲଢେ଼ଇ ଚାଲିଥାଏ । ବିଷ ଧର ସାପ ଘର ଭିତରକୁକୁ ଯେତେ ଚେଷ୍ଟା କରୁଥାଏ କୁକୁର ସେତିକି ସଂଘର୍ଷ ଜାରି ରଖିଥାଏ।

କଥାରେ ଅଛି ରକ୍ତ ସମ୍ପର୍କ ଠାରୁ ଅଧିକ ବିଶ୍ବାସୀ ପୋଷା କୁକୁର। ଏକଥାକୁ କେହି ଅସ୍ୱୀକାର କରିପାରିବେନି। ଶିବପ୍ରସାଦଙ୍କ ଘର ମାଲକାନଗିରି ଜିଲ୍ଲା ସଦରମହକୁମାର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ। ଘର ମାଲିକ ପୋଷା କୁକୁରଟିକୁ ଗେହ୍ଲାରେ ଟମି ବୋଲି ଡାକନ୍ତି। ଗତକାଲି ରାତିରେ ଘରେ ସବୁ ଶୋଇ ପଡିଥାନ୍ତି। କୁକୁର ଭୁକୁ ଥାଏ। କୁକୁର ଭୁକିବା ଶୁଣି ବାହାରକୁ ଆସି ଦେଖିଲା ବେଳକୁ ସାପ କୁକୁର ମଧ୍ୟରେ ଲଢେ଼ଇ ଚାଲିଛି। ଶିବ ବାବୁ ଆଉ ବିଳମ୍ବ ନକରି ସ୍ନେକ୍ ହେଲ୍ପଲାଇନର ସହାୟତା ନେଇ ସାପଟିକୁ ଧରି ଜଙ୍ଗଲ ଭିତରେ ଛାଡି ଦେଇଛନ୍ତି। ଆଜି କୁକୁର ପାଇଁ ମାଲିକର ଜୀବନ ବଞ୍ଚି ପାରିଛି। ଟମି ମଧ୍ଯ ସୁରକ୍ଷିତ ଅଛି।