ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା, ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ ଗଣନା

ଟାଙ୍ଗି (କେନ୍ୟୁଜ): ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଚାଲିଛି। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍‌ ଓ ସାତପଡ଼ାରେ ୮ଟି ଟିମ୍‌ ଡଲଫିନ୍‌ ଗଣନା ପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ୮ଜଣ ସଦସ୍ୟ ରହିଛନ୍ତି। ୨ଟି ରେଂଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି।

ଗଣନା କାର୍ଯ୍ୟରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସ୍ୱେଚ୍ଛାସେବୀ, ଓୟଏଟି ଛାତ୍ରଛାତ୍ରୀଙ୍କ ସମେତ ମୋଟର ବୋଟ୍‌ ଆସୋସିଏସନ କର୍ମଚାରୀମାନେ ସାମିଲ ଅଛନ୍ତି । ୩ ଦିନ ଧରି ଚାଲିବ ଡଲଫିନ୍‌ ଗଣନା। ଗତବର୍ଷ ଚିଲିକାରେ ୧୬୪ଟି ଡଲଫିନ୍‌ ଦେଖାଦେଇଥିବା ବେଳେ ଚଳିତ ବର୍ଷ ଜିପିଏସ୍‌ ମାଧ୍ୟମରେ ଗଣନା କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.