ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଜୋରଦାର ହେବ ଡୋର ଟୁ ଡୋର ସର୍ଭେ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କ ଟେଷ୍ଟିଂ ଓ ଟିକାକରଣ କରାଯିବ । ଏହାସହ ବାତ୍ୟା ପରିଚାଳନା ଓ ପୁନରୁଦ୍ଧାରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ । ଯଦି କାହାଠାରେ କୋଭିଡର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ପୃଥକବାସରେ ରହିବାକୁ କୁହାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖାଯାଇଛି ।

health

ବାତ୍ୟା ପାଇଁ କୋଭିଡ ଟେଷ୍ଟିଂ କମିଛି। ରାଜ୍ୟରେ ପଜିଟିଭିଟି ରେଟ ମଧ୍ୟ କମିଛି। ବାତ୍ୟା ଯୋଗୁ କୋଭିଡ ଆକ୍ରାନ୍ତ ଚିକିତ୍ସାରେ କୌଣସି ଅସୁବିଧା ହୋଇନାହିଁ। ତେବେ ଆଇସିୟୁରେ ଥିବା ଅତି ଗୁରୁତର ସଂକ୍ରମିତ ବହୁଦିନ ରହି ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟର ୮୦ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଣ୍ଟିଲେଟର ଭର୍ତ୍ତି ଥିବା ସେ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.