Below header

ଚାଲିଗଲାଣି ବାତ୍ୟା ୟସ୍, କିନ୍ତୁ ଦୀଘାରେ ଏବେବି ସମୁଦ୍ର ଅଶାନ୍ତ ରହୁଛି

କେନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ୟସ । କିନ୍ତୁ ଏବେ ବି ଜାରି ରହିଛି ପ୍ରଭାବ। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ସମୁଦ୍ର ଦେଖାଉଛି ନିଜର କରାଳ ରୂପ। ପ୍ରବଳ ବେଗରେ ପବନ ବହୁଥିବା ବେଳେ ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର। ବେଳେ ବେଳେ ଏହାର ତୀବ୍ରତା ଏତେ ଅଧିକ ରହୁଛି ଯେ, ଏହା ସମୁଦ୍ର କୂଳ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଇଛି।

ଅନେକ ଘର ଓ ଦୋକାନ ସମୁଦ୍ର ପାଣିରେ ବୁଡ଼ି ରହିଥିବା ଦେଖାଯାଇଛି। ବ୍ୟାପକ କ୍ଷୟକ୍ଷତି ଘଟିିଛି। ଉଦ୍ଧାର କାର୍ଯ୍ୟରେ ବିଶାଖାପାଟଣାରୁ ଆସିଥିବା ନୌସେନାର ୭ଟି ଟିମ୍‌ ମୁତୟନ ହୋଇଛନ୍ତି। ଦୀଘା, ଫସେରଗଞ୍ଜ ଓ ଡାଇମଣ୍ଡ ହାର୍ବରରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଟିମ୍‌। ସେପଟେ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.