ଚଣ୍ଡିଖୋଲ ଚଣ୍ଡିମନ୍ଦିରକୁ ଯାଇ ମାଙ୍କଡଙ୍କୁ ଖାଦ୍ୟ ବାଣ୍ଟିଲେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ

ଯାଜପୁର (କେନ୍ୟୁଜ): ବର୍ଷ ବର୍ଷ ହେବ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ମହାବିନାୟକ ଶୈବ ପୀଠ ଓ ଚଣ୍ଡିମନ୍ଦିରରେ ବହୁ ମାଙ୍କଡ ରହି ଆସୁଛନ୍ତି। ବିଶେଷ କରି ଭକ୍ତମାନେ ମନ୍ଦିରକୁ ଆସିବା ସମୟରେ ଏଠାରେ ରହୁଥିବା ମାଙ୍କଡମାନଙ୍କୁ ଖାଦ୍ୟ ପଦାର୍ଥ ଦେଇଥାନ୍ତି। ତେବେ କରୋନା କଟକଣା ହେତୁ ମନ୍ଦିର ବନ୍ଦ ରହିବା ସହିତ ଭକ୍ତଙ୍କୁ ଆସିବାକୁ ବାରଣ କରାଯାଇଛି।

amar satapathi

 

ଫଳରେ ମାଙ୍କଡ ମାନେ ଭୋକିଲା ଅବସ୍ଥାରେ ରହୁଛନ୍ତି। ତେବେ ଲକଡାଉନ ଭିତରେ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ମାଙ୍କଡଙ୍କୁ ଖାଦ୍ୟ ପଦାର୍ଥ ଯୋଗାଉଛନ୍ତି। ଆଜି ଅପରାହ୍ନରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ନିଜ ସହକର୍ମୀଙ୍କ ସହ ମନ୍ଦିରକୁ ଯାଇ ମାଙ୍କଡ଼ ମାନଙ୍କୁ ଆହାର ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.