ପାରାଦୀପରେ ଡବଲ୍ ମର୍ଡର, ମୃତକଙ୍କ ପରିଚୟ ଅଜଣା

ପାରାଦ୍ୱୀପ (କେନ୍ୟୁଜ୍) : ଡ଼ବଲ ମର୍ଡ଼ର। କିନ୍ତୁ ମୃତକଙ୍କ ପରିଚୟ ଏବେବି ଅଜଣା ରହିଛି। ମିଳିଥିବା ସୂଚନା ଅନୁସାରେ ପାରାଦ୍ୱୀପ ନେହେରୁ ବଙ୍ଗଳା ବଜାର ନିକଟରେ ଗୋଟିଏ ମୃତ ଦେହ ପଡ଼ିଥିବାବେଳେ ଆଉ ଗୋଟିଏ ମୃତ ଦେହ ଅଳ୍ପ ଦୂରରେ ଥିବା ଏକ ଛୋଟ ଜଙ୍ଗଲରେ ପଡ଼ିଥିଲା। ଦୁଇଟି ଯାକ ମୃତ ଦେହ ଦେଖିଲେ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ମେରାଇନ ଥାନା ପୋଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ଦୁଇ ମୃତକ ମାନସିକ ବିକ୍ରୁତି ହୋଇଥିବା କଥା ସ୍ଥାନୀୟ ଲୋକେ କହୁଥିବାବେଳେ ଏହି ଦୁଇ ଜଣଙ୍କୁ କିଏ ଓ କାହିଁକି ହତ୍ୟା କଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି।

Leave A Reply

Your email address will not be published.