ଆସନ୍ତା ସେପ୍ଟେମ୍ବର ୨୦ରେ ରାଜ୍ୟରେ ପୌର ନିର୍ବାଚନ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତା ସେପ୍ଟେମ୍ବର ୧୯ରେ ୬୦ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ହେଲେ ସ୍ଥାନ ସଂରକ୍ଷଣ ସଂପର୍କିତ ମାମଲା ସୁପ୍ରିମକୋର୍ଟରେ ଚାଲିଥିବାରୁ ଠିକ ସମୟରେ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବିରୋଧୀଙ୍କ ଅଭିଯୋଗ ପୌର ନିର୍ବାଚନ ନ କରାଇବା ପାଇଁ  ରାଜ୍ୟସରକାର ଚାଲ ଖେଳୁଛନ୍ତି ।

ଆସନ୍ତା ସେପ୍ଟେମ୍ବର ୨୦ରେ ରାଜ୍ୟର ୬୦ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର ଅବଧି ସରୁଛି । ହେଲେ ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ମାମଲା ଏବେ ସୁପ୍ରିମକୋର୍ଟରେ ଗଡ଼ୁଛି । ପୂର୍ବରୁ ପୌର ନିର୍ବାଚନରେ ପଚାଶ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ବେଆଇନ ବୋଲି ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଠିକ ସମୟରେ ପୌର ନିର୍ବାଚନ ନେଇ ସୃଷ୍ଟି ହୋଇଛି ଆଶଙ୍କା । ସେପଟେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ନ କରାଇବା ପାଇଁ ରାଜ୍ୟ ସରକାର ଚାଲ୍‌  କରୁଛନ୍ତି ବୋଲି ବିରୋଧୀ କଂଗ୍ରେସ ଓ ବିଜେପି କହିଛନ୍ତି ।

ନିଶ୍ଚିତ ପଢ଼ନ୍ତୁ : ଇଭିଏମ୍‌କୁ ନେଇ ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି ଉଠାଇଲେ ବିରୋଧୀ ଦଳ

ବିରୋଧୀଙ୍କ ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଛି ବିଜେଡି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ପୌର ନିର୍ବାଚନ । ଆଇନ ବ୍ୟବସ୍ଥା ଉପରେ ବିରୋଧୀଙ୍କ ଧାରଣା ନଥିବାରୁ ସେମାନେ ବୃଥା ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

ଏଭିତରେ ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଆରଡିସି ଜୋନ ଅଧିନ ଜିଲ୍ଲା ନିର୍ବାଚନ ଅଧିକାର ଓ ନୋଡାଲ ଅଧିକାରୀଙ୍କୁ ତିନିଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଭିଏମ ପରିଚାଳନା, ଆଦର୍ଶ ଆଚରଣ ବିଧି, ଭୋଟର ତାଲିକା ଆଦି ଉପରେ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.