ମଙ୍ଗଳପୁରରେ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ନାଲମଲ୍ଲିକ ପାଟଣା ବଗସାହିରେ ଯୌତୁକ ଜନିତ ବଧୂ ହତ୍ୟା ନେଇ ଅଭିଯୋଗ ହୋଇଛି । ମୃତକ ହେଲେ ମହେଶ୍ୱର ବେହେରାଙ୍କ ପତ୍ନି ଜୟଶ୍ରୀ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜୟଶ୍ରୀଙ୍କୁ ପରିବାର ଲୋକେ ବିଭିନ୍ନ ସମୟରେ ନାନା ନିର୍ଯାତନା ଦେଇ ଆସୁଥିଲେ । ଅଧିକ ଯୌତୁକ ଆଣିବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିଲା ।

ଗତକାଲି ଜୟଶ୍ରୀଙ୍କ ଦେହ ଖରାପ ହୋଇଥିବା ବାପ ଘର ଲୋକଙ୍କୁ ଖବର ଦିଆଯାଇଥିଲା । ସେ କଟକ ବଡ ମେଡିକାଲରେ ଥିବା ଜାଣିବାକୁ ପାଇଥିଲେ ବାପଘର ଲୋକେ ।

ସେଠାରେ ପହଂଚିବା ପରେ ଜୟଶ୍ରୀଙ୍କୁ ପୋଡି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ । ଏ ନେଇ ମଂଗଳପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରପଂ କରିବା ପାଇଁ ଜୟଶ୍ରୀଙ୍କ ବାପ ଘର ପକ୍ଷରୁ ଅଭିଯୋଗ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.