ଏହି କାରଣରୁ ପରସ୍ପରଠାରୁ ଅଲଗା ହେଲେ ବିରୁଷ୍କା, ପୋଷ୍ଟ ସେୟାର କଲେ ଅନୁଷ୍କା ଶର୍ମା

ଅଲଗା ହେଲେ ଅନୁଷ୍କା ଓ ବିରାଟ। କରୋନା ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ଯୋଗୁ ଉଭୟେ ଅଲଗା ଅଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ତଥା ଇଣ୍ଡିଆନ୍‌ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କ ସହ ଏବେ ଦୁବାଇରେ ଅଛନ୍ତି। ଉଭୟେ ଏବେ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍‌ ଟିମ୍‌ ପାକିସ୍ତାନ ବିପକ୍ଷରେ ଆଗାମୀ ଟି-୨୦ ବିଶ୍ୱ କପ୍‌ ମ୍ୟାଚ୍‌ ପାଇଁ ଏବେ ୟୁଏଇରେ ଉପସ୍ଥିତ ଅଛନ୍ତି।

ଅନୁଷ୍କା ଶର୍ମା ଇନ୍‌ଷ୍ଟାଗ୍ରାମ୍‌ରେ ବିରାଟ କୋହଲିଙ୍କର ଅନେକ ଫଟୋ ସେୟାର କରିଛନ୍ତି। ଫଟୋରେ ଦେଖାଯାଇଛି ଯେ ସେ ଏବେ ବିରାଟ କୋହଲିଙ୍କ ସହ କ୍ୱାରେଣ୍ଟାନ୍‌ରେ ଅଛନ୍ତି।
ଏକ ଫଟୋରେ ବିରାଟ ତଳେ ଲନ୍‌ରେ ଠିଆ ହୋଇଥିବା ବେଳେ ଆଉ ଏକ ଫଟୋରେ ସେ ସାମ୍ନା ବାଲକୋନୀରେ ଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ଅନୁଷ୍କା କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଏହି ଦୁଇଟି କ୍ୟାପ୍‌ସନ୍‌ ମଧ୍ୟରୁ ବାଛିପାରୁନି କ’ଣ ଲେଖିବି, Quarantine makes the heart fonder & Love in the time of bubble life, ଆପଣ ବୁଝିଗଲେ ତ!

 

View this post on Instagram

 

A post shared by AnushkaSharma1588 (@anushkasharma)

ଖବର ଲେଖାଯିବା ବେଳକୁ ଏହି ଫଟୋକୁ ୨୨ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ସେହିପରି ରଣବୀର ସିଂହ, ୟୁଜବେନ୍ଦ୍ର ଚହଲ, ଟିସ୍‌କା ଚୋପ୍ରା ଓ ସାନିଆ ମିର୍ଜାଙ୍କ ସମେତ ବଲିଉଡ୍‌ ଓ ଖେଳ ଜଗତର ଅନେକ ସେଲିବ୍ରିଟି ମଧ୍ୟ ଏଥିରେ କମେଣ୍ଟ କରିଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

ସୂଚନାଯୋଗ୍ୟ ଯେ ବିରାଟ କୋହଲି ଓ ତାଙ୍କ ଷ୍ଟାର ପତ୍ନୀ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଫ୍ୟାନ୍‌ମାନେ ସ୍ନେହରେ ଉଭୟଙ୍କୁ ବିରୁଷ୍କା ବୋଲି ଡାକିଥାନ୍ତି। ସେମାନଙ୍କର ଏକ ଝିଅ ମଧ୍ୟ ଅଛି, ଯାହାର ନାଁ ବାମିକା।

 

View this post on Instagram

 

A post shared by AnushkaSharma1588 (@anushkasharma)


ତେବେ କାମ କଥା କହିବା ତ ଅନୁଷ୍କା ଶର୍ମାଙ୍କ ଦୁଇଟି ଫିଲ୍ମ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ତାଙ୍କୁ ନବଦୀପ ସିଂହଙ୍କ ‘କନେଡ଼ା’ ଓ କ୍ରିକେଟର ଝୁଲନ୍‌ ଗୋସ୍ୱାମୀଙ୍କ ବାୟୋପିକ୍‌ରେ ଦେଖିବାକୁ ମିଳିବ। ପ୍ରକାଶ ଯେ ଶେଷ ଥର ପାଇଁ ଅନୁଷ୍କା ଫିଲ୍ମ ଜିରୋରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଶାହାରୁଖ ଖାନ୍‌ ଅଭିନୟ କରିଥିଲେ। ଗତ ବର୍ଷ ସେ ଓଟିଟି ପାଇଁ ୱେବ୍‌ ସିରିଜ୍‌ ‘ପାତାଲ ଲୋକ’ ଓ ଫିଲ୍ମ ‘ବୁଲ୍‌ବୁଲ୍‌’ ତିଆରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.