ଫୁଲବାଣୀରେ ଗଜଲକ୍ଷ୍ମୀ ପୂଜା ବୁଲିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ସାଙ୍ଗରେ ବୁଲିଛନ୍ତି ଫୁଲବାଣୀ ବିଧାୟକ

କନ୍ଧମାଳ(କେନ୍ୟୁଜ୍):  ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲି ଦେଖିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଫୁଲବାଣୀ ମେଡିକାଲ ଛକରେ ଥିବା ଚାଇନା ମାର୍କେଟ୍‌ ଓ କୁମ୍ଭାରପଡ଼ା ଗାଁରେ ଆୟୋଜିତ ପୂଜା ବୁଲିଛନ୍ତି । ଡକ୍ଟର ସାମନ୍ତ ଓ ଫୁଲବାଣୀ ବିଧାୟକ, ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ପ୍ରତିନିଧି, କନ୍ଧମାଳ ଜିଲ୍ଲା କ୍ରୀଡ଼ା ସମ୍ପାଦକ କୁମ୍ଭାରପଡ଼ା ପୂଜା ମଣ୍ଡପରେ ପହଞ୍ଚିବା ପରେ ବାଜା ବଜାଇ ଆଡମ୍ବର ସହ ପାଛୋଟି ନିଆଯାଇଥିଲା । ସାଂସଦ ଡକ୍ଟର ସାମନ୍ତ ମା’ଙ୍କୁ ଦର୍ଶନ କରିବା ସହ ଦଶାନନଙ୍କ ଦରବାରରେ ଉପସ୍ଥିତ ରହିଥିଲେ । ଏପରି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ବଜାୟ ରହିବ ବୋଲି କହିଥିଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳର ବିକାଶ ସହ କୁମ୍ଭାରପଡ଼ା ଗାଁରେ ଥିବା ସମସ୍ୟା ଦୂର କରିବେ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ସାଂସଦ ପୂରଣ କରିଥିବାରୁ ସମସ୍ତ ଗ୍ରାମବାସୀ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.