ନୂଆ ସଂସଦ ଭବନରେ ପ୍ରଥମ ଅଭିଭାଷଣ ରଖିଲେ ଡ. ଅଚ୍ୟୁତ ସାମନ୍ତ, ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ରଖିଲେ ମତ

ଚନ୍ଦ୍ରଯାନ ମିଶନ ସଫଳତା ବିଷୟକୁ ଆଲୋଚନାରେ ଅଂଶଗ୍ରହଣ କରି ଡକ୍ଟର ସାମନ୍ତ ମହାକାଶ କ୍ଷେତ୍ରରେ ଭାରତର ଅନନ୍ୟ ସଫଳତା ଉପରେ ବକ୍ତବ୍ୟ ରଖିଥିଲେ।

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ନୂଆ ସଂସଦ ଭବନରେ ତାଙ୍କର ପ୍ରଥମ ଅଭିଭାଷଣ ରଖିଥିଲେ। ଚନ୍ଦ୍ରଯାନ ମିଶନ ସଫଳତା ବିଷୟକୁ ଆଲୋଚନାରେ ଅଂଶଗ୍ରହଣ କରି ଡକ୍ଟର ସାମନ୍ତ ମହାକାଶ କ୍ଷେତ୍ରରେ ଭାରତର ଅନନ୍ୟ ସଫଳତା ଉପରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ଆଜି ଆମେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ କରାଇପାରିଛୁ। ଅଗଷ୍ଟ୨୩ ଦିନଟି ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିଥିବ। ଏହା ଦେଶ ପାଇଁ ଆଉ ଏକ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ।

ଆମେରିକା, ସୋଭିଏତ୍ ୟୁନିଅନ୍ ଏବଂ ଚୀନ୍ ପରେ ଚନ୍ଦ୍ରରେ ଏକ ସଫଳ ଅବତରଣ ହାସଲ କରିବାରେ ଭାରତ ବିଶ୍ଵର ଚତୁର୍ଥ ଦେଶ ହୋଇପାରିଛି। ଏହି ଅବସରରେ ଡକ୍ଟର ସାମନ୍ତ ଚନ୍ଦ୍ରଯାନ ଅଭିଯାନରେ ସାମିଲ ହୋଇଥିବା ସମସ୍ତ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଏଥିରେ ସାମିଲ ଥିବା ଓଡ଼ିଆ ବୈଜ୍ଞାନିକମାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.