ପ୍ରେମ ସମ୍ପର୍କରୁ ଦୀର୍ଘଦିନ ଧରି ଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ, ଏପରି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ

ଲଭ୍‌ ଆଫେୟାର୍ସ ବା ପ୍ରେମ ସମ୍ପର୍କରୁ ସୃଷ୍ଟି ଶାରୀରିକ ସମ୍ବନ୍ଧ ଦୀର୍ଘ ଦିନ ଧରି ଥିଲେ ଏହା ରେପ୍‌ ବା ଦୁଷ୍କର୍ମ ନୁହେଁ , ଯଦି ବା ପୁରୁଷ କୌଣସି କାରଣରୁ ମହିଳାଙ୍କୁ ବିବାହ କରିବାକୁ ନାହିଁ କରି ଦିଅନ୍ତି । ଏକ ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ନୂଆଦିଲ୍ଲୀ : ଲଭ୍‌ ଆଫେୟାର୍ସ ବା ପ୍ରେମ ସମ୍ପର୍କରୁ ସୃଷ୍ଟି ଶାରୀରିକ ସମ୍ବନ୍ଧ ଦୀର୍ଘ ସମୟ ଧରି ଥିଲେ ଏହା ରେପ୍‌ ବା ଦୁଷ୍କର୍ମ ନୁହେଁ , ଯଦି ବା ପୁରୁଷ କୌଣସି କାରଣରୁ ମହିଳାଙ୍କୁ ବିବାହ କରିବାକୁ ନାହିଁ କରି ଦିଅନ୍ତି । ଏକ ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହି ମାମଲାରେ ହାଇକୋର୍ଟ ଜଷ୍ଟିସ ଅନୀଶ ଗୁପ୍ତା କହିଛନ୍ତି, ଅଭିଯୁକ୍ତ ଓ ପୀଡିତାଙ୍କ ସହ ଦୀର୍ଘ ସମୟ ଧରି ସମ୍ବନ୍ଧ ରହିଥିଲା ଏବଂ ଏକଥା ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଥିଲା । ତେଣୁ ଏପରି ସମ୍ପର୍କ ଭାଙ୍ଗିଗଲେ ଏହାକୁ ଦୁଷ୍କର୍ମ ବା ରେପ୍‌ ଆଖ୍ୟା ଦିଆଯାଇ ପାରିବ ନାହିଁ ।

କୋର୍ଟ ଆହୁରି କହିଛନ୍ତି, ଅଭିଯୁକ୍ତ ଓ ପୀଡିତା ଦୀର୍ଘ ୧୫ ବର୍ଷ ଧରି ଉଭୟ ଉଭୟଙ୍କୁ ଜାଣିଛନ୍ତି । ଏବଂ ୮ ବର୍ଷରୁ ଅଧିକ ସମୟ ଧରି ଉଭୟ ଶାରୀରିକ ସମ୍ବନ୍ଧରେ ଥିଲେ । ତେଣୁ ଏଥିରେ ପୀଡିତାଙ୍କ ଇଚ୍ଛା ବା ସହମତି ଛଡା ଅନ୍ୟ କିଛି ନଥିଲା । ତେଣୁ ଏପରି ମାମଲାରେ ଅଭିଯୁକ୍ତଙ୍କୁ ଦୁଷ୍ମର୍ମ ଅପରାଧରେ ସାମିଲ କରାଯିବା ଉଚିତ ହେବନାହିଁ ବୋଲି କୋର୍ଟ କହିଥିଲେ ।

ସୂଚନା ଅନୁଯାୟୀ, ୨୦୦୮ ମସିହାରେ ସନ୍ତ କବୀର ନଗରରେ ରହୁଥିବା ଜଣେ ଝିଅଙ୍କ ସହ ଗୋରଖପୁରର ଜିଆଉଲ୍ଲାଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା । ଏହା ପୀଡିତାଙ୍କ ଭଉଣୀ ବାହାଘରରେ ହୋଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ଉଭୟଙ୍କ ଘରକୁ ଯିବା ଆସିବା ମଧ୍ୟ ଲାଗି ରହିଲା । ଏହା ମଧ୍ୟରେ ୨୦୧୩ ରେ ଦୁହିଁଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଲା ।

ଫଳରେ ଝିଅଙ୍କ ପରିବାର ଲୋକ ଜିଆଉଲ୍ଲାଙ୍କ ଉପରେ ବିବାହ ପାଇଁ ଜୋର ଦେଲେ । ହେଲେ ଅଭିଯୁକ୍ତ ଯୁବକ ବିବାହ ପାଇଁ ମନା କରିଦେଲେ । ଫଳରେ ପୀଡିତା ଯୁବତୀ ଅଭିଯୁକ୍ତଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ଦାୟର କଲେ । ଯାହାକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯଦି ଦୀର୍ଘ ସମୟ ଧରି ଶାରୀରିକ ସମ୍ବନ୍ଧ ରହିଥାଏ, ତେବେ ତାକୁ ଦୁଷ୍କର୍ମ ବା ରେପ ଭାବେ ବିବେଚନା କରାଯିବ ନାହିଁ । ଏହି ଆଧାରରେ କୋର୍ଟ ଉକ୍ତ ମାମଲାକୁ ଖାରଜ କରିଦେଇଛନ୍ତି ।

କାହାକୁ ରେପ ବୋଲି ଧରାଯିବ :

କୌଣସି ଯୌନ ସମ୍ପର୍କକୁ ଏହି ୭ଟି ସ୍ଥିତିରେ ରେପ ବା ଦୁଷ୍କର୍ମ (ଆଇପିସି ଧାରା ୩୭୫ରେ ) ଧରାଯିବ ।

୧. ମହିଳାଙ୍କ ଇଚ୍ଛା ବିରୋଧରେ ସମ୍ବନ୍ଧ ରଖିଲେ ,

୨. ମହିଳାଙ୍କ ସହମତି ବିନା ସମ୍ବନ୍ଧ ରଖିଲେ ,

୩. ମହିଳାଙ୍କୁ ମୃତ୍ୟୁ କିମ୍ବା ଅସୁବିଧା କରିବା କିମ୍ବା କାହାର ଅସୁବିଧା କରିବା ଭୟ ଦେଖାଇ ତାଙ୍କର ସହମତି ନେଇ ସମ୍ବନ୍ଧ ରଖିଲେ ,

୪. କୌଣସି ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ସମ୍ପର୍କ ରଖିଲେ ,

୫. ଯଦି ମହିଳାଙ୍କ ସହ ତାଙ୍କ ମାନସିକ ସ୍ଥିତି ଠିକ ନଥିବା ବେଳେ କିମ୍ବା ନିଶା ଦ୍ରବ୍ୟ ଦେଇ କିମ୍ବା ମହିଳା ସହମତି ଦେବା ସ୍ଥିତିକୁ ବୁଝିବା ଅବସ୍ଥାରେ ନଥିବେ.

୬. ୧୮ ବର୍ଷରୁ କମ ବୟସର ମହିଳାଙ୍କ ସହ ସମ୍ବନ୍ଧ ରଖିଲେ, ଯଦିଓ ଏଥିରେ ତାଙ୍କର ସହମତି ଥିବ କିମ୍ବା ନଥିବ,

୭.ଏମିତି ଅବସ୍ଥାରେ ସମ୍ପର୍କ ରଖାଯାଇଥିବ ଯେବେ ମହିଳା ସହମତି ଦେବା ସ୍ଥିତିରେ ନଥିବେ,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.