Below header

ବହିଷ୍କୃତ ଦୁଇ ବିଧାୟକଙ୍କ ବିଧାନସଭାରେ ଆସନ ବଦଳିବ, ସେମାନଙ୍କୁ ନୂଆ ସିଟ୍ ମିଳିବ

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ସୌମ୍ୟରଂଜନ ଓ ସୁଧାଂଶୁ ନୂଆ ଆସନରେ ବସିବେ ।

କେନ୍ୟୁଜ୍(ବ୍ୟୁରୋ):  ବିଜେଡିରୁ ବହିଷ୍କୃତ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡ଼ାଙ୍କ ବିଧାନସଭାରେ ଆସନ ବଦଳିବ । ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ସୌମ୍ୟରଂଜନ ଓ ସୁଧାଂଶୁ ନୂଆ ଆସନରେ ବସିବେ । ଏଥିପାଇଁ ସେମାନଙ୍କୁ ନୂଆ ସିଟ୍ ମିଳିବ। ଦଳ ତରଫରୁ ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଏ ବାବଦରେ ଜଣାଇବା ପରେ ଏ ପରିବର୍ତ୍ତନ ହେବ। କିନ୍ତୁ ଏବେ ସେମାନଙ୍କୁ ସ୍ବାଧୀନ ବିଧାୟକ କୁହାଯିବ ନାହିଁ।.

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.